୨୧ରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୧୬ଟି ଜିଲ୍ଲାରେ ହେବ ଖାଦ୍ୟଶସ୍ୟ ବଣ୍ଟନ

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନ୍ତର୍ଗତ ରାଜ୍ୟର ବଳକା ୧୬ଟି ଜିଲ୍ଲାରେ ୨୧ ତାରିଖଠାରୁ ଖାଦ୍ୟଶସ୍ୟ ବଣ୍ଟନ ଆରମ୍ଭ ହେବ। ଏଥିରେ ୨ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ। ତେବେ ଏଯାଏଁ ଅଧିକାଂଶ ଜିଲ୍ଲାରେ କାର୍ଡ ବଣ୍ଟା କାମ ସରି ନ ଥିବାରୁ ସମସ୍ତ ହିତାଧିକାରୀଙ୍କୁ କିପରି ଖାଦ୍ୟଶସ୍ୟ ମିଳିବ ତାହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥା କାରଣ ପାଲଟିଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ହିତାଧିକାରୀଙ୍କୁ ମୁଣ୍ଡପିଛା ମିଳୁଛି ୫ କେଜି ଖାଦ୍ୟଶସ୍ୟ। […]

rasan-card

rasan-card

Rakesh Mallick
  • Published: Saturday, 19 December 2015
  • Updated: 19 December 2015, 05:41 PM IST

Sports

Latest News

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନ୍ତର୍ଗତ ରାଜ୍ୟର ବଳକା ୧୬ଟି ଜିଲ୍ଲାରେ ୨୧ ତାରିଖଠାରୁ ଖାଦ୍ୟଶସ୍ୟ ବଣ୍ଟନ ଆରମ୍ଭ ହେବ। ଏଥିରେ ୨ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ। ତେବେ ଏଯାଏଁ ଅଧିକାଂଶ ଜିଲ୍ଲାରେ କାର୍ଡ ବଣ୍ଟା କାମ ସରି ନ ଥିବାରୁ ସମସ୍ତ ହିତାଧିକାରୀଙ୍କୁ କିପରି ଖାଦ୍ୟଶସ୍ୟ ମିଳିବ ତାହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥା କାରଣ ପାଲଟିଛି।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ହିତାଧିକାରୀଙ୍କୁ ମୁଣ୍ଡପିଛା ମିଳୁଛି ୫ କେଜି ଖାଦ୍ୟଶସ୍ୟ। ୩ ଟଙ୍କାରେ ଚାଉଳ ଓ ୨ ଟଙ୍କାରେ ଗହମ ଦିଆଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ବଳକା ୧୬ ଜିଲ୍ଲାର ପ୍ରାୟ ୫୩ଲକ୍ଷ ପରିବାରର ୨କୋଟି ୨ଲକ୍ଷ ୨୩ହଜାର ୧୦୯ ହିତାଧିକାରୀ ଉପକୃତ ହେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଖାଦ୍ୟ ଯୋଗଣା ସଞ୍ଜୟ ଦାସବର୍ମା କହିଛନ୍ତି।

ତେବେ ଏଯାଏଁ ଅଧିକାଂଶ ଜିଲ୍ଲାରେ କାର୍ଡ ବଣ୍ଟା କାମ ସରିନି। ଭଦ୍ରକ ଜିଲ୍ଲାରେ ୨ଲକ୍ଷ ୬୫ହଜାର ଯୋଗ୍ୟ ପରିବାର ଥିବା ବେଳେ ଆଜି ପର୍ଯ୍ୟନ୍ତ କେବଳ ଏକ ଲକ୍ଷ ୬୦ହଜାର ପରିବାରକୁ କାର୍ଡ ବଣ୍ଟା ସରିଛି। ଆହୁରି ୧ ଲକ୍ଷରୁ ଅଧିକ ପରିବାର କାର୍ଡ ପାଇନାହାନ୍ତି। ମୟୂରଭଞ୍ଜ ଜିଲ୍ଲାରେ ୫ଲକ୍ଷ ୪୧ହଜାର ପରିବାର ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏଯାଏଁ କାର୍ଡ ପାଇଛନ୍ତି ୪ଲକ୍ଷ ୮୧ହଜାର ପରିବାର।

କେବଳ କାର୍ଡ ବଣ୍ଟନ ନୁହେଁ, ଅନେକ ସ୍ଥାନରେ ଯୋଗ୍ୟ ହିତାଧିକାରୀ ମଧ୍ୟ ଯୋଜନାରୁ ବାଦ୍ ପଡ଼ିଛନ୍ତି। ସେମାନଙ୍କୁ ଏଥିରେ ସାମିଲ୍ କରିବା ଓ ବଳକା କାର୍ଡ ଶୀଘ୍ର ବାଣ୍ଟିବା ଏବେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos