ଉଷସୀଙ୍କୁ ଅସଦାଚରଣ ମାମଲାରେ ଗଠନ ହେଲା ୩ ଜଣିଆ ଟିମ୍, ଖୁବ୍‌ଶୀଘ୍ର ଗିରଫ ହେବ ଅଭିଯୁକ୍ତ

ଅନୁଗୋଳ (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ନାୟିକା ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ମାମଲାର ତଦନ୍ତ ପାଇଁ ଗଠିତ ହେଲା ତିନି ଜଣିଆ ଟିମ୍। ଅନୁଗୋଳ ଏସ୍‌ପି ଏହି ଟିମ୍‌କୁ ଗଠନ କରିଛନ୍ତି। ଭିଡ଼ିଓ ଫୁଟୋଜ୍‌ ଆଧାରରେ ମାମଲାର ତଦନ୍ତ କରାଯିବ। ଖୁବ୍‌ଶୀଘ୍ର ଅଭିଯୁକ୍ତ ଗିରଫ କରାଯିବ ବୋଲି ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି। ଗତକାଲି ରାତିରେ ଯାତ୍ରା ପରିବେଷଣ ପାଇଁ ଉଷସୀ ଡେରଙ୍ଗ ଅଭିମୁଖେ ଯାଉଥିଲେ। ତେବେ ସେଠାରେ ଡେରଙ୍ଗ ପଞ୍ଚାୟତର ଇନ୍ଦ୍ରମଣୀ ସାହୁ ଓ ତାଙ୍କ […]

odia actress usasi misra manhandled in angul

odia actress usasi misra manhandled in angul

Rakesh Mallick
  • Published: Monday, 23 April 2018
  • Updated: 23 April 2018, 07:03 PM IST

Sports

Latest News

ଅନୁଗୋଳ (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ନାୟିକା ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ମାମଲାର ତଦନ୍ତ ପାଇଁ ଗଠିତ ହେଲା ତିନି ଜଣିଆ ଟିମ୍। ଅନୁଗୋଳ ଏସ୍‌ପି ଏହି ଟିମ୍‌କୁ ଗଠନ କରିଛନ୍ତି। ଭିଡ଼ିଓ ଫୁଟୋଜ୍‌ ଆଧାରରେ ମାମଲାର ତଦନ୍ତ କରାଯିବ। ଖୁବ୍‌ଶୀଘ୍ର ଅଭିଯୁକ୍ତ ଗିରଫ କରାଯିବ ବୋଲି ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି।

ଗତକାଲି ରାତିରେ ଯାତ୍ରା ପରିବେଷଣ ପାଇଁ ଉଷସୀ ଡେରଙ୍ଗ ଅଭିମୁଖେ ଯାଉଥିଲେ। ତେବେ ସେଠାରେ ଡେରଙ୍ଗ ପଞ୍ଚାୟତର ଇନ୍ଦ୍ରମଣୀ ସାହୁ ଓ ତାଙ୍କ ଦୁଇ ପୁଅ ମିଶି ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ମାଡ଼ ମାରିବା ସହିତ ଗାଡ଼ି ଭଙ୍ଗାରୁଜା କରିଥିଲେ। ଆକ୍ରମଣ ସମୟର ଭିଡ଼ିଓ ସୋସିଆଲ୍‌ ମିଡ଼ିଆ ଭାଇରାଲ୍‌ ହୋଇଛି। ଏନେଇ କଣିହା ଥାନାରେ ଉଷସୀ ଲିଖିତ ଅଭିଯୋଗ କରିଥିଲେ।

ଉଷସୀଙ୍କୁ କରାଯାଇଥିବା ଅସଦାଚରଣ ନେଇ ଏକ ଭିଡ଼ିଓ ଭାଇରାଲ ହୋଇଛି। ଯେଉଁଥିରେ ଅତି ନିର୍ମମ ଭାବେ ଉଷସୀଙ୍କ ଚୁଟି ଭିଡ଼ି ମାଡ ମରାଯାଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଭିଡ଼ିଓ ଆଧାରରେ ପୋଲିସ ତଦନ୍ତକୁ ଆଗକୁ ନେବ ବୋଲି ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos