ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା

ସମ୍ୱଲପୁର (ସମୀର ଷଡ଼ଙ୍ଗୀ): ସମ୍ବଲପୁରରେ ଜଣ୍ଡିସ୍‌ ଆତଙ୍କ। ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା। ସେପଟେ ପ୍ରଶାସନର କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ରାସ୍ତାକଡ଼ରେ ଖୋଲାଖୋଲି ଭାବେ ଗୁପଚୁପ୍, ଦହିବରା, ଆଖୁରସ ଭଳି ଖାଦ୍ୟ ଓ ପାନୀୟ ବିକ୍ରି ହେଉଛି। ଆଉ ଏହା ହିଁ ଜଣ୍ଡିସର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏହାସହ ବିଭିନ୍ନ ଅଞ୍ଚଳର ପାଇପ୍ ଲାଇନ୍‌ରେ ଡ୍ରେନ୍ ପାଣି ମିଶୁଥିବା ଅଭିଯୋଗ ହୋଇଛିା ସେପଟେ ଏନେଇ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି।

ସମୟ ଥାଉ ଥାଉ ଯଦି ଏନେଇ ପ୍ରଶାସନ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ ନ କରେ ତେବେ ସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି।