ଜୟପୁର: ସୌରାଗୁଡ଼ା ଆଶ୍ରମରେ ଚଢ଼ାଉ, ଗୋଟିଏ କୁଟୁରା ସହିତ ଗୁଣ୍ଡୁରି, କଇଁଛ ଓ ମାଙ୍କଡ଼ ଜବତ

ଜୟପୁର: ବେଆଇନ ଭାବେ ବନ୍ୟଜନ୍ତୁ ପୋଷିବା ଅଭିଯୋଗରେ ଜୟପୁର ବ୍ଲକ ଅନ୍ତର୍ଗତ ସୌରାଗୁଡା ଆଶ୍ରମରେ ବନବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଗୋଟିଏ କୁଟୁରା,ଗୁଣ୍ଡୁରି, କଇଁଛ  ଓ ମାଙ୍କଡ ଜବତ କରାଯାଇଛି।  ତା’ ସହିତ  ୫ରୁ ୬ଟି ହରିଣ ସିଙ୍ଗ, ଟଙ୍କା ଓ ମଦ ମଧ୍ୟ ଜବତ ହୋଇଛି। ତେବେ ଆଶ୍ରମରେ ରହୁଥିବା ତୋଫାନ ବାବା ଫେରାର ଅଛନ୍ତି। ଜୟପୁର ତହସିଲଦାର, ଜୟପୁର ସଦର ପୋଲିସ ଉପସ୍ଥିତିରେ ଆଶ୍ରମ ଉପରେ ଏହି ଚଢ଼ାଉ ହୋଇଥିଲା। ଅନ୍ୟପକ୍ଷରେ […]

jeypore1

jeypore1

Rakesh Mallick
  • Published: Wednesday, 04 November 2015
  • Updated: 04 November 2015, 10:54 AM IST

Sports

Latest News

ଜୟପୁର: ବେଆଇନ ଭାବେ ବନ୍ୟଜନ୍ତୁ ପୋଷିବା ଅଭିଯୋଗରେ ଜୟପୁର ବ୍ଲକ ଅନ୍ତର୍ଗତ ସୌରାଗୁଡା ଆଶ୍ରମରେ ବନବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଗୋଟିଏ କୁଟୁରା,ଗୁଣ୍ଡୁରି, କଇଁଛ  ଓ ମାଙ୍କଡ ଜବତ କରାଯାଇଛି।  ତା’ ସହିତ  ୫ରୁ ୬ଟି ହରିଣ ସିଙ୍ଗ, ଟଙ୍କା ଓ ମଦ ମଧ୍ୟ ଜବତ ହୋଇଛି। ତେବେ ଆଶ୍ରମରେ ରହୁଥିବା ତୋଫାନ ବାବା ଫେରାର ଅଛନ୍ତି।

ଜୟପୁର ତହସିଲଦାର, ଜୟପୁର ସଦର ପୋଲିସ ଉପସ୍ଥିତିରେ ଆଶ୍ରମ ଉପରେ ଏହି ଚଢ଼ାଉ ହୋଇଥିଲା।

ଅନ୍ୟପକ୍ଷରେ ‘ଓଟିଭି’କୁ ଫୋନ୍ ଯୋଗେ ତୋଫାନ୍ ବାବା କହିଛନ୍ତି ଯେ ସେ ଫେରାର ହୋଇ ଯାଇ ନାହାନ୍ତି। ସେ ଏକ ନଦୀ କୂଳରେ ଥିବା ମନ୍ଦିର ନିକଟରେ ପୂଜାର୍ଚ୍ଚନା କରୁଛନ୍ତି। ପୋଲିସ୍ ତାଙ୍କୁ ଫୋନ୍ କରି ଡାକି ଥିଲେ ସେ ଆଶ୍ରମର ଦ୍ୱାର ଖୋଳି ଦେଇ ଥାଆନ୍ତେ। ସେ କିଛି ବେଆଇନ କାମ କରି ନାହାନ୍ତି। ସେହିପରି ଆଶ୍ରମ ପରିସରରୁ ମଦ ବୋତଲ ଜବତ ନେଇ ସେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି। ତୋଫାନ୍ ବାବା କହିଛନ୍ତି ଯେ ତାଙ୍କର କୌଣସି ବଦଭ୍ୟାସ ନାହିଁ। ସେ ଦୁଇ ତିନି ଦିନ ମଧ୍ୟରେ ଫେରିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos