ଜେଇଇ ମେନ୍ ଆବେଦନ ଅବଧି ଜାନୁୟାରୀ ୧୧ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ଜେଇଇ ମେନ୍ ଆବେଦନ ପାଇଁ ବଢ଼ିଲା ସମୟସୀମା। ଆବେଦନ ପାଇଁ ଜାନୁୟାରୀ ୧୧ ଯାଏଁ ଅବଧି ବଢିଛି। ପୂର୍ବରୁ ଆବେଦନ ପାଇଁ ଡିସେମ୍ୱର ୩୧ ତାରିଖ ଶେଷ ତାରିଖ ଥିଲା। ଅବଧି ବଢ଼ିବା ନେଇ ସିବିଏସ୍ଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏବେ ସୁଦ୍ଧା ଜେଇଇ ମେନ୍ ପାଇଁ ୩୬ ହଜାର ୨ଶହ ପିଲା ଆବେଦନ କରିଛନ୍ତି।