ଜୟପୁର: ତାରାପ୍ରସାଦ ବାହିନୀପତିଙ୍କ ବିରୋଧରେ ଏତଲା ଦେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

fir-against-tarabahainpatiଜୟପୁର: ଜୟପୁର ବିଧାୟକ ତଥା ବିରୋଧୀଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ବିରୋଧରେ ଏତଲା। ମଙ୍ଗଳବାର କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାଳତୀ ମାଝୀ ବିଧାୟକଙ୍କ ବିରୋଧରେ ଏତେଲା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ଜୟପୁର ବିଧାୟକ ଜିଲ୍ଲାର ବିକାଶ ତଥା ଅଫିସରଙ୍କ ମନମୁଖୀ ଶାସନର ଅଭିଯୋଗ ନେଇ ପାଟିତୁଣ୍ଡ କରିଥିଲେ, ଏପରିକି ଅଧ୍ୟକ୍ଷା ମାଳତୀ ମାଝୀଙ୍କୁ ଅଶୋଭନୀୟ ଆଚରଣ କରିଥିବା ଅଭିଯୋଗ କରି ଦଳୀୟ ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଦଳୀୟ ନେତାଙ୍କ ଉପସ୍ଥିତିରେ ଟାଉନ ଥାନାରେ ଏତଲା ଦେଇଛନ୍ତି।