ଭିନୀଲ କ୍ରିଷ୍ଣାଙ୍କ ଅପହରଣରେ ସାମିଲ ମହିଳା ହାର୍ଡକୋର ମାଓବାଦୀ ଝାନ୍‌ସୀର ଆତ୍ମସମର୍ପଣ, ରିମାଣ୍ଡରେ ଆଣିବ ଓଡ଼ିଶା ପୋଲିସ୍

ବିଶାଖାପାଟଣା/ଭୁବନେଶ୍ୱର: ବିଶାଖାପାଟଣା ଏସ୍‌ପି କେ ପ୍ରବୀଣ କୁମାରଙ୍କ ନିକଟରେ ଆତ୍ମସମର୍ପଣ କରିଛି ହାର୍ଡକୋର୍ ମହିଳା ମାଓବାଦୀ ଝାନ୍‌ସୀ। ୨୦୧୧ ମସିହାରେ ମାଲକାନଗିରିର ତତ୍‌କାଳୀନ ଜିଲ୍ଲାପାଳ ଆର.ଭିନୀଲ କ୍ରିଷ୍ଣାଙ୍କ ଅପହରଣ ଘଟଣାରେ ସେ ସାମିଲ ଥିଲା।  ତା’ସହିତ ଆଉ ଦୁଇ ଜଣ ମୋଷ୍ଟ୍ ୱାଣ୍ଟେଡ୍ ପୁରୁଷ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ବୁଲ୍ଲାରୀ ଆପ୍ପାରାଓ, ବେଲୁସି ଲକ୍ଷ୍ମଣ। ଝାନ୍‌ସୀକୁ ଓଡ଼ିଶା ପୋଲିସ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା ରଖିଛି। ଏନେଇ ଖୁବଶୀଘ୍ର କୋର୍ଟରେ ଆବେଦନ କରାଯିବ […]

maoist-jhansi

maoist-jhansi

Rakesh Mallick
  • Published: Friday, 22 April 2016
  • Updated: 22 April 2016, 09:33 AM IST

Sports

Latest News

maoist-jhansiବିଶାଖାପାଟଣା/ଭୁବନେଶ୍ୱର: ବିଶାଖାପାଟଣା ଏସ୍‌ପି କେ ପ୍ରବୀଣ କୁମାରଙ୍କ ନିକଟରେ ଆତ୍ମସମର୍ପଣ କରିଛି ହାର୍ଡକୋର୍ ମହିଳା ମାଓବାଦୀ ଝାନ୍‌ସୀ। ୨୦୧୧ ମସିହାରେ ମାଲକାନଗିରିର ତତ୍‌କାଳୀନ ଜିଲ୍ଲାପାଳ ଆର.ଭିନୀଲ କ୍ରିଷ୍ଣାଙ୍କ ଅପହରଣ ଘଟଣାରେ ସେ ସାମିଲ ଥିଲା।  ତା’ସହିତ ଆଉ ଦୁଇ ଜଣ ମୋଷ୍ଟ୍ ୱାଣ୍ଟେଡ୍ ପୁରୁଷ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ବୁଲ୍ଲାରୀ ଆପ୍ପାରାଓ, ବେଲୁସି ଲକ୍ଷ୍ମଣ।

ଝାନ୍‌ସୀକୁ ଓଡ଼ିଶା ପୋଲିସ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା ରଖିଛି। ଏନେଇ ଖୁବଶୀଘ୍ର କୋର୍ଟରେ ଆବେଦନ କରାଯିବ ବୋଲି ଓଡ଼ିଶା ଡିଜିପି କେ.ବି ସିଂ ସୂଚନା ଦେଇଛନ୍ତି।

ଇଷ୍ଟ୍ ବିଶାଖା ଜଏଣ୍ଟ୍ ଡିଭିଜନ୍‌ର ଏରିଆ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଝାନ୍‌ସୀ ନାଁରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ୨୪ଟି ମାମଲା ରହିଛି। ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ୍ ପାର୍ଟିର କିଛି ନେତାଙ୍କୁ ହତ୍ୟା କରିଥିବା ନେଇ ମଧ୍ୟ ତା’ ନାଁରେ ମାମଲା ରହିଛି। ତା’ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେ ଛତିଶଗଡ଼ରେ ରହି ଡାକ୍ତରୀ ଟ୍ରେନିଂ ମଧ୍ୟ ନେଇଥିଲା।

ଅସୁସ୍ଥତା ଯୋଗୁଁ ଝାନ୍‌ସୀ ସଂଗଠନ ଛାଡ଼ିଛି। ସେହିପରି ଅନ୍ୟ ଦୁଇ ମାଓବାଦୀ ଆପ୍ପା ରାଓ ଓ ଲକ୍ଷ୍ମଣ ଅସୁସ୍ଥତା ଓ ପରିବାର ଲୋକେ ବାଧ୍ୟ କରିବାରୁ ଆତ୍ମସମର୍ପଣ କରିଛନ୍ତି। ଏ ଦୁହେଁ ଦୁଇ ବର୍ଷ ପୂର୍ବେ ଆତ୍ମସମର୍ପଣ କରିଥିଲେ। ତେବେ ୨୦୧୫ରେ ପୁଣି ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ।

ବିଶାଖାପାଟଣା ଏସ୍‌ପି କେ ପ୍ରବୀଣ କୁମାର କହିଛନ୍ତି,“ କୋରା ଗାସୀ ଓରଫ୍ ଝାନ୍‌ସୀ ଆଜି ଆମ ନିକଟରେ ଆତ୍ମସମର୍ପଣ କରିଛି। ସେ ୨୦୦୭ରେ ମାଓ ସଂଗଠନରେ ସାମିଲ ହୋଇଥିଲା। ସେ ମାଓ ସଂଗଠନର କୋରକୋଣ୍ଡା ଓ ଗାଲିକୋଣ୍ଡା ଅଞ୍ଚଳରେ ବିଭିନ୍ନ ସ୍ତରରେ କାମ କରିଛି। ସେ ମାଓ ସଂଗଠନର ଅନ୍ୟ ୨୪ ସଦସ୍ୟଙ୍କ ସହିତ ଛତିଶଗଡ଼ରେ ଡାକ୍ତରୀ ଟ୍ରେନିଂ ମଧ୍ୟ ନେଇଥିଲା। ଅସୁସ୍ଥତା କାରଣରୁ ସେ ଆମ ନିକଟରେ ଆତ୍ମସମର୍ପଣ କରିଛି। ତା’ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ଅନ୍ୟ ଦୁଇ ମାଓବାଦୀ ବର୍ଷେ ହେଲାଣି ମାଓ କାର୍ଯ୍ୟକଳାପରେ ସକ୍ରିୟ ନ ଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story