ନିୟମ ଜାଣି ନାହାନ୍ତି ନା ଭୋଟ୍ ପାଇଁ ରାଜନୀତି: ପଶ୍ଚିମ ଓଡ଼ିଶା ଲୋକଙ୍କ ଭାବନା ସହ ଖେଳୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ପ୍ରକାଶ ସେଠୀ): ପଶ୍ଚିମ ଓଡ଼ିଶାରେ କାର୍ଯ୍ୟକ୍ଷମ ଅପେକ୍ଷାରେ ଥିବା ଏକମାତ୍ର ବିମାନ ବନ୍ଦରକୁ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବା ପାଇଁ କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଆଜି ରାଜ୍ୟସଭାରେ ସ୍ପଷ୍ଟ କରିଛନ୍ତି। ମାତ୍ର ଚଳିତବର୍ଷ ଜୁନ୍ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ବନ୍ଦରକୁ ‘ବୀର ସୁରେନ୍ଦ୍ର ସାଏ’ଙ୍କ ନାଁରେ ନାମିତ କରିବା […]

Jharsuguda airport

Jharsuguda airport

Rakesh Mallick
  • Published: Wednesday, 25 July 2018
  • Updated: 25 July 2018, 05:21 PM IST

ଭୁବନେଶ୍ୱର (ପ୍ରକାଶ ସେଠୀ): ପଶ୍ଚିମ ଓଡ଼ିଶାରେ କାର୍ଯ୍ୟକ୍ଷମ ଅପେକ୍ଷାରେ ଥିବା ଏକମାତ୍ର ବିମାନ ବନ୍ଦରକୁ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବା ପାଇଁ କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଆଜି ରାଜ୍ୟସଭାରେ ସ୍ପଷ୍ଟ କରିଛନ୍ତି। ମାତ୍ର ଚଳିତବର୍ଷ ଜୁନ୍ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ବନ୍ଦରକୁ ‘ବୀର ସୁରେନ୍ଦ୍ର ସାଏ’ଙ୍କ ନାଁରେ ନାମିତ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିହ୍ନାଙ୍କ ଏହି ସ୍ପଷ୍ଟୀକରଣ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରକୁ ଦେଇଥିବା ପ୍ରସ୍ତାବକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ବିମାନ ବନ୍ଦରକୁ କୌଣସି ନିର୍ଦ୍ଦିଷ୍ଟ ନାମରେ ନାମିତ କରିବା ପାଇଁ ଉଦ୍ଦିଷ୍ଟ ପ୍ରଚଳିତ ନିୟମକୁ ମୁଖ୍ୟମନ୍ତ୍ରୀ ଜାଣିଶୁଣି ଅଣଦେଖା କରିଥିଲେ ନା ପଶ୍ଚିମ ଓଡ଼ିଶା ଲୋକଙ୍କ ଭାବନା ସହ ଖେଳିବା ପାଇଁ ଆଉଏକ ଭୋଟ୍ ରାଜନୀତି ପାଇଁ ଉଦ୍ୟମ କରିଛନ୍ତି ତାକୁ ନେଇ ଚର୍ଚ୍ଚା ଚାଲିଛି।

ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀରସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବ ଉପରେ ମନ୍ତ୍ରଣାଳୟ କ’ଣ ବିଚାର କରୁଛି ବୋଲି ପ୍ରଶ୍ନ କରିଥିଲେ। ତା’ର ଲିଖିତ ଉତ୍ତରରେ ଆଜି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସିହ୍ନା କହିଛନ୍ତି ଯେ, ପ୍ରଚଳିତ ବ୍ୟବସ୍ଥାରେ ରାଜ୍ୟ ବିଧାନସଭାରେ ଗୃହୀତ ହୋଇଥିବା ସଂକଳ୍ପ ସହ ସମ୍ପୃକ୍ତ ରାଜ୍ୟ ସରକାର କୌଣସି ବିମାନ ବନ୍ଦରର ନାମକରଣ ଅବା ପୁନଃନାମକରଣ ପାଇଁ ସୁପାରିସ ପଠାଇଥାନ୍ତି। କିନ୍ତୁ ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ କରିବା ପାଇଁ ସେଭଳି କୌଣସି ପ୍ରସ୍ତାବ ମନ୍ତ୍ରଣାଳୟକୁ ମିଳିନାହିଁ।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବିଜେପି ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି ଯେ, କୌଣସି ପ୍ରସଙ୍ଗକୁ ନବୁଝି ଉପର ଠାଉରିଆ ଭାବେ ମୁଖ୍ୟମନ୍ତ୍ରୀ କେବଳ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ଚିଠି ଲେଖିଛନ୍ତି। ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ଇତିହାସରେ ଚିଠିଲେଖା ମୁଖ୍ୟମନ୍ତ୍ରୀ ଭାବେ ଉତ୍ତରପିଢି ମନେରଖିବ। ଆନ୍ତରିକତା ନାହିଁ, କେବଳ ପଶ୍ଚିମ ଓଡ଼ିଶାର ଲୋକଙ୍କ ଭାବାବେଗ ସହ ଖେଳିବାକୁ ଓ ଭୋଟ୍ ରାଜନୀତି କରିବା ପାଇଁ ସେ ଏପରି କରିଛନ୍ତି। ମୁଖ୍ୟମନ୍ତ୍ରୀ ତ ଚିଠି ନିଜେ ଲେଖି ନଥିବେ, ଯେଉଁ ଅଫିସର୍ ଲେଖିଥିବେ, ସେ କ’ଣ ପ୍ରଚଳିତ  ନିୟମ ସମ୍ପର୍କରେ ଜାଣିନାହାନ୍ତି? ଏଭଳି କରି କେନ୍ଦ୍ର ଉପରେ ଦୋଷ ଲଦିବାର ଆଉ ଏକ ଚାଲ୍ ନବୀନବାବୁ ଖେଳିଛନ୍ତି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଅପରପକ୍ଷରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଉତ୍ତର କେନ୍ଦ୍ରମନ୍ତ୍ରୀ ରାଜ୍ୟସଭାରେ ରଖିଛନ୍ତି। ସେ ଜାଣିବାରେ କୌଣସି ବ୍ୟକ୍ତିଙ୍କ ନାମରେ ବିମାନ ବନ୍ଦରକୁ ନାମିତ କରିବା ପାଇଁ ବିଧାନସଭାରେ ସଂକଳ୍ପ ଗୃହୀତ ହେବା ବାଧ୍ୟତାମୂଳକ ନୁହେଁ। ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ୭୫ କୋଟି ଟଙ୍କା ଓ ମୋଟ୍ ୨୦୦ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ା ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ବିମାନ ବନ୍ଦରକୁ ଲାଇସେନ୍ସ ପ୍ରଦାନ ନିମନ୍ତେ ଆବଶ୍ୟକ ପ୍ରକ୍ରିୟା ବେସାମରିକ ବିମାନ ଚଳାଚଳ ନିଦ୍ଦେର୍ଶାଳୟ (ଡିଜିସିଏ) ଆରମ୍ଭ କରିଛି ବୋଲି ମନ୍ତ୍ରୀ ଶ୍ରୀ ସିହ୍ନା ଆଜି ରାଜ୍ୟସଭାରେ ଲିଖିତ ଉତରରେ କହିଛନ୍ତି।­­

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story