ଝାରସୁଗୁଡ଼ା: ହାତୀ ଆକ୍ରମଣରେ ମା’ ଓ ନବଜାତ ଶିଶୁର ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଳକ୍ କାଦୋବାହାଲ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଗତକାଲି ରାତିରେ ଘରେ ଶୋଇଥିବା ବେଳେ  ମା’ ଓ ନବଜାତ ଶିଶୁ କନ୍ୟାକୁ ଏକ ହାତୀ ଦଳି ଦେଇଛି। ଫଳରେ ମା ’ଓ ଛୁଆର ମୃତ୍ୟୁ ଘଟିଛି।  ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି।

ଚଳିତବର୍ଷ ହାତୀ ଆକ୍ରମଣରେ ଏହି ପଞ୍ଚାୟତର ୫ ଜଣଙ୍କ ମୃତ୍ୟୁ ଘଟି ଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ପ୍ରତିବାଦରେ ଗାଁ ଲୋକେ ରାସ୍ତା ଅବରୋଧ କରିଛନ୍ତି।

 ହାତୀଟିକୁ ଘୋଉଡ଼ାଇବାକୁ ଉଦ୍ୟମ କରାଯାଉଥିବା ଡିଏଫ୍‌ଓ କହିଛନ୍ତି।