ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିଲେ ଓଡିଶା କଂଗ୍ରେସ ପ୍ରଭରୀ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ହେଲେ ନୂଆ ରାଜ୍ୟ ପ୍ରଭାରୀ। ବି.କେ ହରିପ୍ରସାଦଙ୍କ ସ୍ଥାନରେ ସେ କାର୍ଯ୍ୟ ସମ୍ପାଦନ କରିବେ। ଜିତେନ୍ଦ୍ର ସିଂହଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଯୁକ୍ତି ଦେଇଛନ୍ତି।
ପିସିସି ସଭାପତି ଓ କଂଗ୍ରେସର ରାଜ୍ୟ ପ୍ରଭାରୀ ବି.କେ.ହରିପ୍ରସାଦଙ୍କୁ ପଦରୁ ହଟାଇବାକୁ ନେଇ ଦଳ ଭିତରେ କନ୍ଦଳ ଲାଗି ରହିଥିଲା। କଳି ତୁଟାଇବା ପାଇଁ ଓଡ଼ିଶା ଆସିଥିଲେ ତିନି ଜଣିଆ ଏଆଇସିସି ପର୍ଯ୍ୟବେକ୍ଷକ ଟିମ୍। ଏଥିରେ ଜିତେନ୍ଦ୍ର ସିଂହ ମଧ୍ୟ ଆସିଥିଲେ। ସେହି ସମୟରେ ସେ କଂଗ୍ରେସ ଜିଲ୍ଲା ସଭାପତି, ବରିଷ୍ଠ ନେତା ଓ ବିଧାୟକଙ୍କୁ ପୃଥକ ଭାବେ ଭେଟିଥିଲେ। ପରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମଧ୍ୟ ରିପୋର୍ଟ ଦେଇଥିଲେ।
ଏନେଇ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ହରିପ୍ରସାଦ ବହୁ ଦିନ ଧରି ଦାୟିତ୍ୱରେ ରହିଥିଲେ। ପରିବର୍ତ୍ତନ ସମ୍ଭାବନା ରହିଥିଲା। ଜିତେନ୍ଦ୍ର ସିଂହ ଜଣେ ଯୁବ ଓ ପ୍ରାକ୍ଟିକାଲ ନେତା। ମୋର ବିଶ୍ୱାସ ତାଙ୍କ ଦିଗଦର୍ଶନରେ କଂଗ୍ରେସ ସଂଗଠିତ ହେବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।