ଜେଏନୟୁ ଓଡ଼ିଶା ଛାତ୍ର ପରିଷଦର ନିର୍ବାଚନ ଅନୁଷ୍ଠିତ

ନୂଆଦିଲ୍ଲୀ: ଜବାହାର ନେହେରୁ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଛାତ୍ର ପରିଷଦର ୨୦୧୫-୧୬ ବାର୍ଷିକ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନେ ଓଡ଼ିଶାରେ ବିକାଶ, ଭାଷାଗତ ବିଭେଦ, ମହିଳା ସଶକ୍ତିକରଣ ଓ ବିଭିନ୍ନ କ୍ଷେତ୍ରରେ ନାରୀମାନଙ୍କ ଭୂମିକା ଉପରେ ଆଲୋକପାତ ହୋଇଥିଲା। ଏହାସହ ଛାତ୍ରଛାତ୍ରୀମାନେ ବିଭିନ୍ନ ସାମ୍ପ୍ରତିକ ବିଷୟ ଉପରେ ମଧ୍ୟ ଆଲୋକପାତ କରିଥିଲେ। ଏହି ଅବସରରେ ସର୍ବସମ୍ମତିକ୍ରମେ ଛାତ୍ରସଂଘର ଆବାହକ ଭାବେ ମଦନ ମେହର, ଉପ ଆବହକ ଭାବେ ରଞ୍ଜିତା ଜଗଦଲା ନିର୍ବାଚିତ ହୋଇଛନ୍ତି। ସେହପରି […]

JNU Odisha students’ assn poll held

JNU Odisha students’ assn poll held

Rakesh Mallick
  • Published: Sunday, 25 October 2015
  • Updated: 25 October 2015, 03:50 PM IST

Sports

Latest News

ନୂଆଦିଲ୍ଲୀ: ଜବାହାର ନେହେରୁ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଛାତ୍ର ପରିଷଦର ୨୦୧୫-୧୬ ବାର୍ଷିକ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନେ ଓଡ଼ିଶାରେ ବିକାଶ, ଭାଷାଗତ ବିଭେଦ, ମହିଳା ସଶକ୍ତିକରଣ ଓ ବିଭିନ୍ନ କ୍ଷେତ୍ରରେ ନାରୀମାନଙ୍କ ଭୂମିକା ଉପରେ ଆଲୋକପାତ ହୋଇଥିଲା। ଏହାସହ ଛାତ୍ରଛାତ୍ରୀମାନେ ବିଭିନ୍ନ ସାମ୍ପ୍ରତିକ ବିଷୟ ଉପରେ ମଧ୍ୟ ଆଲୋକପାତ କରିଥିଲେ।

ଏହି ଅବସରରେ ସର୍ବସମ୍ମତିକ୍ରମେ ଛାତ୍ରସଂଘର ଆବାହକ ଭାବେ ମଦନ ମେହର, ଉପ ଆବହକ ଭାବେ ରଞ୍ଜିତା ଜଗଦଲା ନିର୍ବାଚିତ ହୋଇଛନ୍ତି। ସେହପରି ଉମେଶ ଚନ୍ଦ୍ର ସାହୁ, ଥବୀର ମେହେର ଓ ସରିତା ବାଗ୍ ପରିଷଦର କୋଷାଧ୍ୟକ୍ଷ, ସମ୍ପାଦକ ଓ ଉପ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ କମିଟିର ସଦସ୍ୟ ଭାବେ କୁମୁଦ ଚନ୍ଦ୍ର ପାଣିଗ୍ରାହୀ, ସର୍ବେଶ୍ୱର ପ୍ରଧାନ ଏବଂ ଯୋଗେନ୍ଦ୍ର ମାଝି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos