ଜଗମୋହନ ମରାମତି ଲାଗି କେନ୍ଦ୍ର-ରାଜ୍ୟ ମଧ୍ୟରେ ଟଣାଓଟରା ଦୁର୍ଭାଗ୍ୟଜନକ: ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ଜଗମୋହନ ମରାମତି ଲାଗି ମାତ୍ର ଅଢ଼େଇ କୋଟି ଟଙ୍କାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ହେଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା । ସରକାର ଏକ ସର୍ବ ଦଳୀୟ ବୈଠକ ଡାକନ୍ତୁ ବୋଲି ଗତକାଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। ଏହାସହ ଆଗାମୀ ମୌସୁମୀ ଋତୁରେ ୫ ଲକ୍ଷ ବୃକ୍ଷ ରୋପଣ କରିବାର ରାଜ୍ୟ କଂଗ୍ରେସ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି  ବୋଲି ସେ କହିଛନ୍ତି। ସେ  ଆହୁରି ମଧ୍ୟ କହିଛନ୍ତି, […]

p

p

Rakesh Mallick
  • Published: Thursday, 19 May 2016
  • Updated: 19 May 2016, 10:00 AM IST

Sports

Latest News

ଭୁବନେଶ୍ୱର: ଜଗମୋହନ ମରାମତି ଲାଗି ମାତ୍ର ଅଢ଼େଇ କୋଟି ଟଙ୍କାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ହେଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା । ସରକାର ଏକ ସର୍ବ ଦଳୀୟ ବୈଠକ ଡାକନ୍ତୁ ବୋଲି ଗତକାଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। ଏହାସହ ଆଗାମୀ ମୌସୁମୀ ଋତୁରେ ୫ ଲକ୍ଷ ବୃକ୍ଷ ରୋପଣ କରିବାର ରାଜ୍ୟ କଂଗ୍ରେସ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି  ବୋଲି ସେ କହିଛନ୍ତି।

ସେ  ଆହୁରି ମଧ୍ୟ କହିଛନ୍ତି, “ସ୍ୱର୍ଗୀୟ ରାଜୀବ ଗାନ୍ଧୀଙ୍କ ପୂର୍ଣ୍ଣ ଶ୍ରାଦ୍ଧ ତିଥି ଅବସରରେ କଂଗ୍ରେସ ପକ୍ଷରୁ ସବୁଜ ଓଡ଼ିଶା ଅଭିଯାନ ଆରମ୍ଭ କରାଯାଉଛି। ପ୍ରତ୍ୟେକ କଂଗ୍ରେସ କର୍ମୀ ଗୋଟିଏ  ଗୋଟିଏ ବୃକ୍ଷ ରୋପଣ କରିବେ। ପରବର୍ତ୍ତୀ ଅବସ୍ଥାରେ ଏହାକୁ ବ୍ୟାପକ କରାଯିବ।”

ସେ କହିଛନ୍ତି, “ଯେଉଁ ହିତାଧିକାରୀମାନେ ରାସନକାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କୁ ରାସନକାର୍ଡ ଦାବିରେ ପ୍ରତି ବ୍ଲକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବ। ଜଙ୍ଗଲ ଅଧିକାର ଆଇନକୁ ସରକାରୀ ରାଜ୍ୟରେ ଉଲଙ୍ଘନ କରୁଛନ୍ତି। ଅବାହନ କାଳରୁ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ଲୋକମାନଙ୍କର ତାଙ୍କ ଜମି ଉପରେ ଥିବା ଅଧିକାରଙ୍କୁ ସରକାର ଅପହରଣ କରୁଛନ୍ତି।  ସରକାର ସେଇଟି ଆରମ୍ଭ କରୁଛନ୍ତି, ‘ଆମ ଜଙ୍ଗଲ ଯୋଜନା,। ତା’ ବିରୋଧରେ ଓଡ଼ିଶାରେ ଏକ ବଡ଼ ରାଲି କରିବାର କାର୍ଯ୍ୟକ୍ରମ ରହିଛି। ଯେଉଁ ରାଲିରେ କଂଗ୍ରେସର ଉପସଭାପତି ରାହୁଲ ଗାନ୍ଧୀ ଯୋଗ ଦେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos