ବିଜେଡିରେ ମିଶିବା ପରେ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଗତକାଲି ୩ ରାଜ୍ୟସଭା ପାର୍ଥୀଙ୍କ ଘୋଷଣା କରିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଛନ୍ତି ରାଜ୍ୟର ଦୁଇଜଣ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ସେମାନେ ହେଲେ ଆମ ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ କିଟ୍‌ ଓ କିମ୍ସର ପ୍ରତିଷ୍ଠାନା ଅଚ୍ୟୁତ ସାମନ୍ତ। ବିଜେଡିରେ ଯୋଗଦେବା ପୂର୍ବରୁ ଚାଷୀ, ଚିଟ୍‌ଫଣ୍ଡ ଓ ଓଡ଼ିଆ ଭାଷା ପରି ବିଭିନ୍ନ ପ୍ରସଙ୍ଗରେ ସୌମ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିଲେ। ରାଜ୍ୟସଭା ପ୍ରାର୍ଥୀ ହେବା ପରେ କିନ୍ତୁ […]

navee and ach

navee and ach

Rakesh Mallick
  • Published: Thursday, 08 March 2018
  • Updated: 08 March 2018, 08:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଗତକାଲି ୩ ରାଜ୍ୟସଭା ପାର୍ଥୀଙ୍କ ଘୋଷଣା କରିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଛନ୍ତି ରାଜ୍ୟର ଦୁଇଜଣ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ସେମାନେ ହେଲେ ଆମ ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ କିଟ୍‌ ଓ କିମ୍ସର ପ୍ରତିଷ୍ଠାନା ଅଚ୍ୟୁତ ସାମନ୍ତ। ବିଜେଡିରେ ଯୋଗଦେବା ପୂର୍ବରୁ ଚାଷୀ, ଚିଟ୍‌ଫଣ୍ଡ ଓ ଓଡ଼ିଆ ଭାଷା ପରି ବିଭିନ୍ନ ପ୍ରସଙ୍ଗରେ ସୌମ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିଲେ। ରାଜ୍ୟସଭା ପ୍ରାର୍ଥୀ ହେବା ପରେ କିନ୍ତୁ ପୂରା ବଦଳି ଗଲେ ସୌମ୍ୟ। ଠିକ୍ ସେମିତି କିଟ୍ ଓ କିମ୍ସରେ ଜମି ଓ ନାଁ ଲେଖା କେଳେଙ୍କାରୀରେ ଫସିଛନ୍ତି ଅଚ୍ୟୁତ। ଏହି ଦୁଇ ଚର୍ଚ୍ଚିତ ବ୍ୟକ୍ତିଙ୍କୁ ରାଜ୍ୟସଭା ଟିକଟ ମିଳିବା ପରେ ବିଭିନ୍ନ ମହଲରେ ଅନେକ ପ୍ରଶ୍ନ ଉଙ୍କି ମାରିଛି।

ପୂରା ଘଟଣାଟି ଏମିତି। ବିଜେଡିରେ ଯୋଗଦେବା ପୂର୍ବରୁ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ-“ମୁଁ ଯଦି ନବୀନବାବୁଙ୍କ ସହିତ ହାତ ମିଳାଇଲେ, ଲୋକଙ୍କୁ କ’ଣ କହିକି ହାତ ମିଳାଇବି। ମୁଁ ତାଙ୍କୁ ଓଡ଼ିଆ ଭାଷା ମଧ୍ୟ ଶିଖାଇପାରିବି ନାହିଁ।”

ବିଜେଡିରେ ମିଶିବା ପରେ ସବୁକିଛି ଓଲଟପାଲଟ ହୋଇଗଲା। ଯେଉଁ ମୁହଁରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରୁଥିଲେ, ସେହି ମୁହଁରେ ପ୍ରଶଂସା କରୁଛନ୍ତି ସୌମ୍ୟ। ବିଜେଡିରେ ମିଶିବାର ୬ ଘଣ୍ଟା ପରେ ସେ କହିଛନ୍ତି-“ମୁଖ୍ୟମନ୍ତ୍ରୀ ଓଡ଼ିଆ ବୁଝିପାରନ୍ତି। ଆଗ ଅପେକ୍ଷା ଟିକେଟିକେ ଓଡ଼ିଆ ଭାଷାରେ କହିଲେଣି। ଏପରିକି କହିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସଚିବମାନେ ଓଡ଼ିଆ ବ୍ୟବହାର କରିବା ଦରକାର। ସେମାନେ କାହିଁ ବ୍ୟବହାର କରିବେ ନାହିଁ?”

ନବୀନ ସରକାର ବିରୋଧରେ ଗର୍ଜୁଥିବା ସୌମ୍ୟଙ୍କ ହଠାତ୍ ଏହି ଆଦର୍ଶଗତ ଫରକ ପରେ ସୋସିଆଲ ମିଡିଆରେ ଚାଲିଛି ଚର୍ଚ୍ଚା ଓ ଆଲୋଚନା। କେଉଁ ସ୍ୱାର୍ଥରେ ସୌମ୍ୟ ବିଜେଡି ସହ ସାଲିସ୍ କଲେ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ। ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଲଢୁଥିବା ସୌମ୍ୟ ଯେଉଁ ଦଳକୁ ଯାଇଛନ୍ତି, ସେହି ଦଳର ଅନେକ ନେତା ଓ ମନ୍ତ୍ରୀ ଚିଟ୍‌ଫଣ୍ଡ କେଳେଙ୍କାରୀରେ ଫସିଥିବା ବେଳେ କୃଷକଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ କଥା ଦୂରେ ଥାଉ, ରାଜ୍ୟରେ ଚାଷୀ ଆତ୍ମହତ୍ୟାକୁ ବି ସ୍ୱୀକାର କରିବାକୁ ନାରାଜ ତାଙ୍କ ଦଳର ସରକାର।

ଠିକ୍ ସେମିତି ଆଉ ଜଣେ ଚର୍ଚ୍ଚିତ ବିଜେଡି ରାଜ୍ୟସଭା ପ୍ରାର୍ଥୀ ହେଲେ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ଗତକାଲି କହିଥିଲେ-“ଭଲ କାମ ଦେଖି ବୋଧହୁଏ ନବୀନ ମୋତେ ରାଜ୍ୟସଭା ପ୍ରାର୍ଥୀ ମନୋନୀତ କରିଥିବେ।” ତେବେ ଅଚ୍ୟୁତଙ୍କ ଭଲ କାମର ଚିଠାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ?  ଭୁବନେଶ୍ୱର ପଥରଗାଡ଼ଇା ମୌଜାରେ ୧୮ ଏକର ଶହେ ଡ଼ିସିମିଲ ଜଙ୍ଗଲ ଜମିକୁ ବେଆଇନ୍ ଦଖଲ କରିଛି କିଟ୍। ବିଧାନସଭାରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଏକ ଉତ୍ତର ଅନୁଯାୟୀ, ସରକାର ଏହି ଜମି ଫେରି ପାଇବାକୁ କେସ୍ କରିଛନ୍ତି। ହେଲେ ଛାଡୁନି କିଟ୍। ଏମିତିକି ନ୍ୟାସନାଲ ଗ୍ରୀନ୍ ଟ୍ରିବୁନାଲରେ ବି କେସ୍ ହୋଇଥିଲା। ଟ୍ରିବୁନାଲ ସରକାରଙ୍କୁ ସେହି ଜଙ୍ଗଲ ଜମି ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଆଜି ଯାଏଁ ନାଲିଫିତା ତଳେ। ସେହିଭଳି ମେଡ଼ିକାଲ କାଉନସିଲର କଡ଼ା ନିୟମକୁ ଫୁ କରି କିମ୍ସରେ ଅଧିକ ୫୦ଟି MBBSରେ ସିଟ୍‌ରେ ବେଆଇନ୍ ନାଁ ଲେଖାଇଥିବାରୁ କିମ୍ସକୁ ୫କୋଟି ଟଙ୍କାର ଜରିମାନା କରିଥିଲେ ସୁପ୍ରିମକୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos