ଦୀପାବଳିରେ ବାଣ ଫୁଟାକୁ ମିଳିବ କି ଅନୁମତି? ଆଜି ଆସିପାରେ ରାୟ

କଟକ(ଓଡ଼ିଶା ରିପୋର୍ଟର): ଏ ବର୍ଷ ଦୀପାବଳିରେ ବାଣଫୁଟାକୁ ମିଳିବ କି ଅନୁମତି ? ଆଜି ଦିନ ପ୍ରାୟ ୨ଟା ବେଳେ ମାମଲାର ଚୂଡ଼ାନ୍ତ ଶୁଣାଣି ସହ ରାୟ ପ୍ରକାଶ କରିପାରନ୍ତି ହାଇକୋର୍ଟ। କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ।  ତେବେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ବାଣ ବ୍ୟବସାୟୀ ସଂଘ। ହାଇକୋର୍ଟ ଗତ […]

cracker

cracker

Tapaswini Nayak
  • Published: Monday, 01 November 2021
  • Updated: 01 November 2021, 10:46 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଏ ବର୍ଷ ଦୀପାବଳିରେ ବାଣଫୁଟାକୁ ମିଳିବ କି ଅନୁମତି ? ଆଜି ଦିନ ପ୍ରାୟ ୨ଟା ବେଳେ ମାମଲାର ଚୂଡ଼ାନ୍ତ ଶୁଣାଣି ସହ ରାୟ ପ୍ରକାଶ କରିପାରନ୍ତି ହାଇକୋର୍ଟ।

କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ।  ତେବେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ବାଣ ବ୍ୟବସାୟୀ ସଂଘ।

ହାଇକୋର୍ଟ ଗତ ଶୁକ୍ରବାର ଆବେଦନର ଶୁଣାଣି କରି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ଜଣାଇବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାଣଫୁଟାକୁ ନେଇ ଏନ୍‌ଜିଟି ଗାଇଡଲାଇନ୍ସ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଏବଂ କୋଭିଡ୍ ପ୍ରୋଟୋକଲ ତଥା ସଂକ୍ରମଣ ସ୍ଥିତିକୁ ନଜରରେ ରଖି ଏସଆରସି ବିଭିନ୍ନ ପକ୍ଷ ସହ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ମହାମାରୀ କରୋନାର ସ୍ଥିତିକୁ ଦେଖି ସରକାର ଜାରି କରିଛନ୍ତି ନଭେମ୍ୱର ମାସ ଗାଇଡ୍‌ଲାଇନ୍‌। ଗାଇଡଲାଇନ ଅନୁସାରେ ସହରାଞ୍ଚଳରେ ରାତ୍ରକଳୀନ କର୍ଫ୍ୟୁ ପୂର୍ବପରି ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ସମସ୍ତ ପ୍ରକାର ଦୋକାନ ସକାଳ ୫ରୁ ରାତି ୧୦ ଖୋଲା ରହିପାରିବ।

ନଭେମ୍ବର ଗାଇଡଲାଇନରେ ରାଜ୍ୟବ୍ୟାପୀ କେଉଁଠି ସପ୍ତାହାନ୍ତ ଶଟ୍‌ଡାଉନ୍‌ କଟକଣା ଜାରି କରାଯାଇନି। ଅନଲକ ପିରିୟଡରେ ସାରା ରାଜ୍ୟରେ ସମସ୍ତ ପ୍ରକାର ଦୋକାନ, ମଲ ଖୋଲା ରହିବ। ସେହିଭଳି ରାଜ୍ୟରେ ସମସ୍ତ ଧାର୍ମିକ ଉତ୍ସବ, ପର୍ବପର୍ବାଣୀ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଳନ କରାଗଲେ ମଧ୍ୟ ସରକାର ପୂର୍ବରୁ ଜାରି କରିଥିବା ଅଗଷ୍ଟ ୯ ର ଗାଇଡଲାଇନ୍‌ର ଅନୁପାଳନ କରାଯିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos