ଲଳିନ୍ଦ୍ର ମୁଖ୍ୟ ଖଳନାୟକ, ତାକୁ ଛାଡ଼ି ଦେଲେ ଆତ୍ମହତ୍ୟା କରିବି: ପୀଡ଼ିତା

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ଡ୍ରାଇଭର ଲଳିନ୍ଦ୍ର ଶବର ହିଁ ମୁଖ୍ୟ ଖଳନାୟକ ବୋଲି ଆଜି ପୀଡ଼ିତା ଗଣମାଧ୍ୟମ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ପୀଡ଼ିତା କହିଛନ୍ତି,“ଘଟଣା ଦିନ ମୁଁ ଭବାନୀପାଟଣାର ଏକ କ୍ଲିନିକକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିଲି। ଫେରୁଥିବା ବେଳେ ବସ୍‌ଷ୍ଟାଣ୍ଡରେ ମୋର ଲଳିନ୍ଦ୍ର ସହ ଭେଟ ହୋଇଥିଲା। ସେଠାରୁ ମୋତେ ସେ ଲିଫ୍ଟ ଦେଇଥିଲା। […]

rape

rape

Tapaswini Nayak
  • Published: Friday, 27 September 2019
  • Updated: 27 September 2019, 02:52 PM IST

Sports

Latest News

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ଡ୍ରାଇଭର ଲଳିନ୍ଦ୍ର ଶବର ହିଁ ମୁଖ୍ୟ ଖଳନାୟକ ବୋଲି ଆଜି ପୀଡ଼ିତା ଗଣମାଧ୍ୟମ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।

ପୀଡ଼ିତା କହିଛନ୍ତି,“ଘଟଣା ଦିନ ମୁଁ ଭବାନୀପାଟଣାର ଏକ କ୍ଲିନିକକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିଲି। ଫେରୁଥିବା ବେଳେ ବସ୍‌ଷ୍ଟାଣ୍ଡରେ ମୋର ଲଳିନ୍ଦ୍ର ସହ ଭେଟ ହୋଇଥିଲା। ସେଠାରୁ ମୋତେ ସେ ଲିଫ୍ଟ ଦେଇଥିଲା। ତା’ ସହ ଆସିବାବେଳେ ସେ ବନମାଳିପୁର ନିକଟରେ ବାଇକ୍‌ ରଖି ଦେଇଥିଲା। ସେଠାରୁ ୬ ଜଣ ଯୁବକ ଆସି ମୋତେ ଉଠାଇ ନେଇଗଲେ। ଲଳିନ୍ଦ୍ର ପ୍ରଥମେ ଦୁଷ୍କର୍ମ କରିଥିଲା। ତା’ ପରେ ଅନ୍ୟମାନେ ମଧ୍ୟ ଦୁଷ୍କର୍ମ କରିଥିଲେ।”

ସେ ଆହୁରି କହିଛନ୍ତି,“ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦରକାର। ଲଳିନ୍ଦ୍ର ଘଟଣାର ମୁଖ୍ୟ ଖଳନାୟକ। ଯଦି ତାକୁ ଛାଡ଼ି ଦିଆଯାଏ, ତାହାହେଲେ ମୁଁ ଆତ୍ମହତ୍ୟା କରିବି।” ମୁଁ ଜଣେ ଗରିବ ଘରର ଝିଅ। ମୋତେ ନ୍ୟାୟ ମିଳୁ ବୋଲି ପୀଡ଼ିତା କହିଛନ୍ତି।

ଅପରପକ୍ଷେ ଏହି ଘଟଣା ନେଇ ଆଜି ବିଜେପି ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏକ ପ୍ରେସ୍‌ ମିଟ୍‌ରେ କହିଛନ୍ତି, ପୁଲିସ୍‌ ପ୍ରଥମେ ୧୦ ଜଣଙ୍କୁ ଅଟକ ରଖିଥିଲା। କିନ୍ତୁ ପରେ ଡ୍ରାଇଭର ଲଳିନ୍ଦ୍ରକୁ ଛାଡ଼ି ଦେଇଛି।  ଲଳିନ୍ଦ୍ର କଳାହାଣ୍ଡି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରବୋଧ ରଥଙ୍କର ‘ସୁଭଦ୍ରା’ ବସ୍‌ର ଡ୍ରାଇଭର। ତାକୁ ଖସାଇବାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ବଡ଼ ଭୂମିକା ରହିଥିବା ସେ ଅଭିଯୋଗ ଆଣିଛନ୍ତି ।

ଗଣଦୁଷ୍କର୍ମ ମାମଲାରେ ଦିବ୍ୟଶଙ୍କର କ’ଣ ପାଇଁ ଆଗୁଆ ମୁଣ୍ଡ ପୂରାଇଲେ ବୋଲି ପ୍ରଶ୍ନ ପଚାରିଛନ୍ତି ଲେଖାଶ୍ରୀ। ମହିଳା କମିଶନ ନର୍ସ ନିହାରୀକା ହତ୍ୟା ଘଟଣା, ବେବିନା ଓ କୁନ୍ଦୁଲି ପୀଡ଼ିତା ଘଟଣା ସମ୍ପର୍କରେ ଚୁପ୍‌ ବସିଥିବା ବେଳେ ଏହି ମାମଲାରେ କିପରି ତତ୍ପରତା ଦେଖାଇ ଜୁନାଗଡ଼ରେ ପହଞ୍ଚିଗଲେ ତାହା ସନ୍ଦେହ ସୃଷ୍ଟି କରୁଛି। ସାଧାରଣ ଲୋକଙ୍କ ନଜର ହଟାଇବାକୁ ଏଭଳି ନାଟକ କରାଯାଇଛି ବୋଲି ସେ କହିଛନ୍ତି।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ର ଏବେ ପୁଲିସ୍‌ ହେପାଜତରେ ଅଛି ନା ନାହିଁ, ସେ ସମ୍ପର୍କରେ ପୁଲିସ୍‌ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story