ଜୁନ୍ ଦ୍ୱିତୀୟ ସପ୍ତାହରୁ ଇଂଜିନିୟିରିଂ କାଉନସେଲିଂ; ଲାଗୁ ହେବ ନୂଆ ନିୟମ

ଭୁବନେଶ୍ୱର: ଜୁନ୍ ଦ୍ୱିତୀୟ ସପ୍ତାହରୁ ରାଜ୍ୟରେ ଇଂଜିନିୟିରିଂ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ। ଏଥର କାଉନସେଲିଂ ପ୍ରକ୍ରିୟାରେ ନୂଆ ନିୟମ ଲାଗୁ ହେବ। ଜେଇଇ ମେନ୍ ରାଙ୍କ ଅନୁସାରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଓଜେଇଇର ନିଜସ୍ୱ ୱେବସାଇଟରେ ରେଜିଷ୍ଟ୍ରେସନ ଏବଂ ଚଏସ ଲକିଂ କରିପାରିବେ। ଆଲଟମେଣ୍ଟ ପାଇଥିବା ଛାତ୍ରଛାତ୍ରୀମାନେ ନୋଡାଲ ସେଣ୍ଟରକୁ ଯାଇ ଫି ଡିପୋଜିଟ୍ କରିବାକୁ ପଡିବ। ପ୍ରାଥମିକ ସ୍ତରରେ ଆଡମିଶନ ବାବଦକୁ ଛାତ୍ରଛାତ୍ରୀ ୨୫,୦୦୦ ଟଙ୍କା ଓଜେଇଇ କର୍ତ୍ତୃପକ୍ଷଙ୍କ ପାଖରେ ଡିପୋଜିଟ୍ କରିବେ। ସେହିପରି […]

ojee

ojee

Rakesh Mallick
  • Published: Thursday, 01 June 2017
  • Updated: 01 June 2017, 08:28 PM IST

Sports

Latest News

ଭୁବନେଶ୍ୱର: ଜୁନ୍ ଦ୍ୱିତୀୟ ସପ୍ତାହରୁ ରାଜ୍ୟରେ ଇଂଜିନିୟିରିଂ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ। ଏଥର କାଉନସେଲିଂ ପ୍ରକ୍ରିୟାରେ ନୂଆ ନିୟମ ଲାଗୁ ହେବ। ଜେଇଇ ମେନ୍ ରାଙ୍କ ଅନୁସାରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଓଜେଇଇର ନିଜସ୍ୱ ୱେବସାଇଟରେ ରେଜିଷ୍ଟ୍ରେସନ ଏବଂ ଚଏସ ଲକିଂ କରିପାରିବେ। ଆଲଟମେଣ୍ଟ ପାଇଥିବା ଛାତ୍ରଛାତ୍ରୀମାନେ ନୋଡାଲ ସେଣ୍ଟରକୁ ଯାଇ ଫି ଡିପୋଜିଟ୍ କରିବାକୁ ପଡିବ। ପ୍ରାଥମିକ ସ୍ତରରେ ଆଡମିଶନ ବାବଦକୁ ଛାତ୍ରଛାତ୍ରୀ ୨୫,୦୦୦ ଟଙ୍କା ଓଜେଇଇ କର୍ତ୍ତୃପକ୍ଷଙ୍କ ପାଖରେ ଡିପୋଜିଟ୍ କରିବେ। ସେହିପରି ତିନି ପର୍ଯ୍ୟାୟ କାଉନସେଲିଂ ଶେଷ ହେବା ପରେ ଫାଇନେଲ୍‌ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ। ପ୍ରତି ପର୍ଯ୍ୟାୟରେ ଆଲଟମେଣ୍ଟ ପାଇବା ପରେ ଛାତ୍ରଛାତ୍ରୀ ଚାହିଁଲେ କାଉନସେଲଂ ପ୍ରକ୍ରିୟାରୁ ଓହରି ଯାଇପାରିବେ। କାଉନସେଲିଂ ସାଙ୍ଗକୁ କାଗଜପତ୍ର ଯାଞ୍ଚ ପାଇଁ ରାଜ୍ୟର ବିଭିନ୍ନ ସହରରେ ୨୪ ଟି ନୋଡାଲ ସେଣ୍ଟର ଖୋଲିବ। ସେହିପରି ଇଂଜିନିୟିରିଂ ବ୍ୟତୀତ ଏମ୍‌ବିଏ, ଏମ୍‌ସିଏ, ଆୟୁର୍ବେଦିକ, ହୋମିଓପାଥିକ୍ ଭଳି କୋର୍ସରେ ଆଡମିଶନ ପାଇଁ ମଧ୍ୟ ଜୁନ୍ ୨ୟ ସପ୍ତାହରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos