ଜଙ୍ଗଲ ଆଖିର ଲୁହ, ଦିନ ଦ୍ୱି’ ପହରେ ଲୁଟୁଛନ୍ତି ମାଫିଆ

କୋରାପୁଟ (ଓଡ଼ିଶା ରିପୋର୍ଟର): ଜଙ୍ଗଲ ଭିତରେ ଚାଲିଛି ଲୁଟ୍‌ରାଜ। ମାତିଛନ୍ତି କାଠ ମାଫିଆ। ଲୁଟୁଛନ୍ତି ମୂଲ୍ୟବାନ କାଠ। ନିର୍ଭୟରେ ଯନ୍ତ୍ରପାତି ଲଗାଇ ଗଛ କାଟୁଛନ୍ତି। କେଉଁଠି ଯନ୍ତ୍ରପାତି ତ ଆଉ କେଉଁଠି ମଣିଷ। ଦିନ ତମାମ୍ ଲାଗିପଡ଼ିଛନ୍ତି ଗଛ କଟାରେ। ଏ ହେଉଛି କୋରାପୁଟ ଜିଲ୍ଲା ଜୟପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବନସୁରକ୍ଷା ସମିତିର ହାଡ଼ଆ ଜଙ୍ଗଲର ଦୃଶ୍ୟ। ଜଙ୍ଗଲ ଭିତରେ ଚାଲିଛି ଧ୍ୱଂସଲୀଳାର ତାଣ୍ଡବ। ଏପଟେ ନନ୍‌ଷ୍ଟପ୍‌ ଗଛକଟା, ଆଉ ସେପଟେ ଟ୍ରକରେ ଲୋଡ଼ିଂରେ ଲାଗିଛନ୍ତି […]

jungle loot in koraput

jungle loot in koraput

Rakesh Mallick
  • Published: Saturday, 14 April 2018
  • Updated: 14 April 2018, 08:38 PM IST

Sports

Latest News

କୋରାପୁଟ (ଓଡ଼ିଶା ରିପୋର୍ଟର): ଜଙ୍ଗଲ ଭିତରେ ଚାଲିଛି ଲୁଟ୍‌ରାଜ। ମାତିଛନ୍ତି କାଠ ମାଫିଆ। ଲୁଟୁଛନ୍ତି ମୂଲ୍ୟବାନ କାଠ। ନିର୍ଭୟରେ ଯନ୍ତ୍ରପାତି ଲଗାଇ ଗଛ କାଟୁଛନ୍ତି। କେଉଁଠି ଯନ୍ତ୍ରପାତି ତ ଆଉ କେଉଁଠି ମଣିଷ। ଦିନ ତମାମ୍ ଲାଗିପଡ଼ିଛନ୍ତି ଗଛ କଟାରେ। ଏ ହେଉଛି କୋରାପୁଟ ଜିଲ୍ଲା ଜୟପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବନସୁରକ୍ଷା ସମିତିର ହାଡ଼ଆ ଜଙ୍ଗଲର ଦୃଶ୍ୟ।

ଜଙ୍ଗଲ ଭିତରେ ଚାଲିଛି ଧ୍ୱଂସଲୀଳାର ତାଣ୍ଡବ। ଏପଟେ ନନ୍‌ଷ୍ଟପ୍‌ ଗଛକଟା, ଆଉ ସେପଟେ ଟ୍ରକରେ ଲୋଡ଼ିଂରେ ଲାଗିଛନ୍ତି ୧୦ରୁ ଅଧିକ ଶ୍ରମିକ। ତେବେ କାହା ନିର୍ଦ୍ଦେଶରେ ଏହି ଗଛକଟା ହେଉଛି, କେଉଁଠିକୁ ଯାଉଛି ଏହି ମୂଲ୍ୟବାନ କାଠ, ସେ ସମ୍ପର୍କରେ କିନ୍ତୁ ଜାଣିନାହାଁନ୍ତି। ହାଡ଼ଆ ଜଙ୍ଗଲରେ ବେଧଡକ ଗଛ କଟା ଚାଲିଥିବା ନେଇ ଖବର ପାଇ ଆମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। କ୍ୟାମେରା ଦେଖି ଘଟଣାସ୍ଥଳକୁ ଛୁଟି ଆସିଥିଲେ ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତି। ଆଉ ଏହି ଘଟଣାର କଭରେଜ୍ ନକରିବା ପାଇଁ କିଏ ହାତ ଯୋଡ଼ି ନେହୁରା ହେଉଥିଲେ ତ ଆଉ କିଏ କ୍ୟାମେରା ସାମ୍ନାରେ ମୁହଁ ଲୁଚାଇବାକୁ ଚେଷ୍ଟା  କରିଥିଲେ। ଏପରିକି ଜୟପୁର ରେଞ୍ଜରଙ୍କ କାର୍ଯ୍ୟାଳୟରେ ଗଛ କାଟୁଥିବା ବ୍ୟକ୍ତିମାନେ ପହଞ୍ଚି ଗଣ ମାଧ୍ୟମ ପ୍ରତିନିଧିଙ୍କ ସହିତ ଯୁକ୍ତିତର୍କ କରିଥିଲେ। ମାତ୍ର ଜୟପୁର ରେଞ୍ଜରଙ୍କ ନିକଟରେ ଏନେଇ ଖବର ନାହିଁ। ଚିରାଚରିତ ଢ଼ଙ୍ଗରେ ଉତ୍ତର ଦେଇ ଜୟପୁର ରେଞ୍ଜର ସୁରେଶ ମଲ୍ଲିକ କହିଥିଲେ-“ତଦନ୍ତ କରିବାକୁ ଯିବି। ଗଛ କଟା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ସାମାଜିକ ବନୀକରଣ ପ୍ରକଳ୍ପ ଆଇନ ଅନୁସାରେ, ବନସୁରକ୍ଷା ସମିତିର ଅଧିନରେ ଥିବା ଜଙ୍ଗଲ ଗୁଡ଼ିକରୁ ଆବଶ୍ୟକୀୟ ଜଙ୍ଗଲି ଦ୍ରବ୍ୟକୁ ସେମାନେ ନିଜେ ହିଁ ବ୍ୟବହାର କରିପାରିବେ। ଯଦି ଗଛ କାଟିବାର ଆବଶ୍ୟକ ପଡ଼େ ତେବେ ଜଙ୍ଗଲ ବିଭାଗର ଅନୁମତି  ଦରକାର। ତା’ସହ ଯେଉଁ ପରିମାଣରେ ଗଛ କାଟିବେ ସେହି ପରିମାଣରେ ବୃକ୍ଷରୋପଣ କରିବାକୁ ବାଧ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos