ସୁପର ଡ୍ୟାନ୍ସର-୨ 'ଶୋ'ର ଟପ୍-୭ରେ ପହଞ୍ଚିଲେ ଓଡ଼ିଆ ପୁଅ ଜ୍ୟୋତି

ମୁମ୍ବାଇ: ରିୟାଲିଟି ‘ଶୋ’ରେ ପୁଣି ଏକ ଓଡ଼ିଆ ପୁଅର ଯାଦୁ ଦେଖିବାକୁ ମିଳିଛି। ସେ ହେଇଛନ୍ତି ଡ୍ୟାନ୍ସ ଷ୍ଟାର ଜ୍ୟୋତି ରଞ୍ଜନ ସାହୁ। ସୋନି ଚ୍ୟାନେଲରେ ପ୍ରସାରିତ ଡ୍ୟାନ୍ସ ରିୟାଲିଟି ‘ଶୋ’ ‘ସୁପର ଡ୍ୟାନ୍ସର-୨’ରେ ଜ୍ୟୋତି ଉତ୍ତମ ପ୍ରଦର୍ଶନ କରି ଟପ୍‌-୭ରେ ପହଞ୍ଚିଛନ୍ତି। କିଛି ସପ୍ତାହ ହେବ ଜ୍ୟୋତି ଭଲ ପ୍ରଦର୍ଶନ କରି ଆସୁଥିଲେ। ଏଥିପାଇଁ ‘ଶୋ’ର ବିଚାରକମାନେ ମଧ୍ୟ ଖୁବ ପ୍ରଶଂସା କରୁଥିଲେ ତାଙ୍କୁ। ଏଲିମିନେସନ୍‌ ରାଉଣ୍ଡ ପରେ ପରିଶ୍ରମ କରି ‘ଶୋ’ରେ ସେ ତାଙ୍କ […]

Super-Dancer-750x430

Super-Dancer-750x430

Rakesh Mallick
  • Published: Monday, 20 November 2017
  • Updated: 20 November 2017, 12:25 AM IST

ମୁମ୍ବାଇ: ରିୟାଲିଟି 'ଶୋ'ରେ ପୁଣି ଏକ ଓଡ଼ିଆ ପୁଅର ଯାଦୁ ଦେଖିବାକୁ ମିଳିଛି। ସେ ହେଇଛନ୍ତି ଡ୍ୟାନ୍ସ ଷ୍ଟାର ଜ୍ୟୋତି ରଞ୍ଜନ ସାହୁ। ସୋନି ଚ୍ୟାନେଲରେ ପ୍ରସାରିତ ଡ୍ୟାନ୍ସ ରିୟାଲିଟି 'ଶୋ' 'ସୁପର ଡ୍ୟାନ୍ସର-୨'ରେ ଜ୍ୟୋତି ଉତ୍ତମ ପ୍ରଦର୍ଶନ କରି ଟପ୍‌-୭ରେ ପହଞ୍ଚିଛନ୍ତି। କିଛି ସପ୍ତାହ ହେବ ଜ୍ୟୋତି ଭଲ ପ୍ରଦର୍ଶନ କରି ଆସୁଥିଲେ। ଏଥିପାଇଁ 'ଶୋ'ର ବିଚାରକମାନେ ମଧ୍ୟ ଖୁବ ପ୍ରଶଂସା କରୁଥିଲେ ତାଙ୍କୁ। ଏଲିମିନେସନ୍‌ ରାଉଣ୍ଡ ପରେ ପରିଶ୍ରମ କରି 'ଶୋ'ରେ ସେ ତାଙ୍କ ସ୍ଥାନ ସୁରକ୍ଷିତ କରିଛନ୍ତି।

ଏଥିରେ ସେ "ଦେହେଲିଜ୍ ପେ ମେରେ ଦିଲ୍‌କେ" ବଲିଉଡ୍ ଗୀତରେ ନିଜ କୋରିଅଗ୍ରାଫର ଅନୁରାଧା ସହିତ କଣ୍ଟେମ୍ପରାରି ଡ୍ୟାନ୍ସ କରିଥିଲେ। ତାଙ୍କର ଏହି ଡ୍ୟାନ୍ସରେ ଖୁବ ପ୍ରଶଂସା କରିଥିଲେ ଦର୍ଶକ। ଜ୍ୟୋତିଙ୍କୁ ଶିଳ୍ପା ସେଠୀ ପ୍ରଶଂସା କରିଥିଲେ। ସେହିଭଳି ଗୀତା ମା' ମଧ୍ୟ ଜ୍ୟୋତିଙ୍କ ପ୍ରଦର୍ଶନରେ ନିଜ ଲୁହ ଅଟକାଇ ପାରି ନଥିଲେ। ଯେଉଁଥିରେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ ବାସୁ ମଧ୍ୟ ଖୁବ ପ୍ରଶଂସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos