କବିତା ମହାକୁଡ଼ ବିବାଦ: ସନା ମହାକୁଡ଼ଙ୍କୁ ହାଇକୋର୍ଟ ଝଟକା

କଟକ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ଙ୍କୁ ହାଇକୋର୍ଟ ଝଟକା ଦେଇଛନ୍ତି। ଆଜି ସନାତନଙ୍କ ଏତଲା ରଦ୍ଦ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମାମଲାର ତଦନ୍ତ ଜାରି ରହିଥିବାରୁ ମାମଲା ରଦ୍ଦ ହୋଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। କବିତା ମହାକୁଡ଼ ନିଜକୁ ବିଧାୟକ ସନା ମହାକୁଡ଼ଙ୍କ ବହୂ ବୋଲି ଦାବି କରି ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ୍‌ ବିଧାୟକ ଓ ତାଙ୍କ ଜ୍ୱାଇଁ ଦିନମଣୀ ବାରିକଙ୍କୁ ହାଜର […]

Sanatan-Mahakud

Sanatan-Mahakud

Rakesh Mallick
  • Published: Thursday, 06 October 2016
  • Updated: 07 October 2016, 08:45 AM IST

କଟକ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ଙ୍କୁ ହାଇକୋର୍ଟ ଝଟକା ଦେଇଛନ୍ତି। ଆଜି ସନାତନଙ୍କ ଏତଲା ରଦ୍ଦ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମାମଲାର ତଦନ୍ତ ଜାରି ରହିଥିବାରୁ ମାମଲା ରଦ୍ଦ ହୋଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

କବିତା ମହାକୁଡ଼ ନିଜକୁ ବିଧାୟକ ସନା ମହାକୁଡ଼ଙ୍କ ବହୂ ବୋଲି ଦାବି କରି ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ୍‌ ବିଧାୟକ ଓ ତାଙ୍କ ଜ୍ୱାଇଁ ଦିନମଣୀ ବାରିକଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଧାରିତ ଦିନ ଶ୍ୱଶୁର ଓ ଜ୍ୱାଇଁ ଥାନାରେ ହାଜର ହୋଇଥିଲେ। ପୋଲିସ୍‌ ବିଧାୟକଙ୍କୁ ଦୁଇ ଥର ଓ ତାଙ୍କ ଜ୍ୱାଇଁଙ୍କୁ ପୋଲିସ୍‌ ଜେରା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos