ପଦୋନ୍ନତି ପରେ କାର୍ଯ୍ୟରେ ଯୋଗ ନ ଦେବାରୁ ପୂର୍ବତନ ଏସଆଇ ନିଲମ୍ବିତ

କଟକ: ସରକାରୀ କାର୍ଯ୍ୟରେ ବିଶୃଙ୍ଖଳା ଏବଂ ସରକାରୀ ଆଦେଶର ଅବମାନନା ପାଇଁ  ଇନ୍ସପେକ୍ଟର  ପଦବୀକୁ ନୂତନ ଭାବେ  ପଦୋନ୍ନତି  ପାଇଥିବା ଭଦ୍ରକର ପୂର୍ବତନ ସବ୍‌-ଇନ୍ସପେକ୍ଟ ଗୋକୁଳ ରଞ୍ଜନ ଦାସଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ କେ.ବି ସିଂହ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଶ୍ରୀ ଦାସ ଭଦ୍ରକ ଜିଲ୍ଲାରେ  ସବ୍‌-ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଅଗଷ୍ଟ ୫ ତାରିଖରେ ପଦୋନ୍ନତି ପାଇ ପୁରୀ ଜିଲ୍ଲାରେ ଇନ୍ସପେକ୍ଟର ଭାବେ ନିଯୁକ୍ତି ପାଇଥିଲେ।  ନୂତନ  କାର୍ଯ୍ୟସ୍ଥଳୀରେ ଯୋଗଦାନ ପାଇଁ  ଗୋକୁଳଙ୍କୁ ଜୁଲାଇ ୧ ତାରିଖରେ […]

odisha police

odisha police

Rakesh Mallick
  • Published: Saturday, 09 July 2016
  • Updated: 09 July 2016, 01:50 PM IST

କଟକ: ସରକାରୀ କାର୍ଯ୍ୟରେ ବିଶୃଙ୍ଖଳା ଏବଂ ସରକାରୀ ଆଦେଶର ଅବମାନନା ପାଇଁ  ଇନ୍ସପେକ୍ଟର  ପଦବୀକୁ ନୂତନ ଭାବେ  ପଦୋନ୍ନତି  ପାଇଥିବା ଭଦ୍ରକର ପୂର୍ବତନ ସବ୍‌-ଇନ୍ସପେକ୍ଟ ଗୋକୁଳ ରଞ୍ଜନ ଦାସଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ କେ.ବି ସିଂହ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଶ୍ରୀ ଦାସ ଭଦ୍ରକ ଜିଲ୍ଲାରେ  ସବ୍‌-ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଅଗଷ୍ଟ ୫ ତାରିଖରେ ପଦୋନ୍ନତି ପାଇ ପୁରୀ ଜିଲ୍ଲାରେ ଇନ୍ସପେକ୍ଟର ଭାବେ ନିଯୁକ୍ତି ପାଇଥିଲେ।  ନୂତନ  କାର୍ଯ୍ୟସ୍ଥଳୀରେ ଯୋଗଦାନ ପାଇଁ  ଗୋକୁଳଙ୍କୁ ଜୁଲାଇ ୧ ତାରିଖରେ  ଆରକ୍ଷୀ ଅଧିକ୍ଷକ ଭାରମୁକ୍ତ କରିଥିଲେ। କିନ୍ତୁ ଶ୍ରୀ ଦାସ ଧାର୍ଯ୍ୟ ସମୟ ଭିତରେ  ଯୋଗଦାନ ନକରି ସରକାରୀ ଆଦେଶର ଉଲ୍ଲଘଂନ କରିଥିଲେ।

 ନିଲମ୍ବନ ସମୟରେ  ଶ୍ରୀ ଦାସ୍ କେନ୍ଦ୍ରାଞ୍ଚଳ ଆଇଜିଙ୍କ ଶୃଙ୍ଗଳାଗତ ନିୟନ୍ତ୍ରଣରେ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos