କଳାହାଣ୍ଡି: ଦାଦନ ଖଟିବାକୁ ଯାଇ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବାଲିପଡା ଗାଁର ଜଣେ ଗର୍ଭବତୀ ମହିଳା ତେଲେଙ୍ଗାନାରେ ଇଟାଭାଟି ସୁପରଭାଇଜରଙ୍କ ନିର୍ଯାତନାର ଶିକାର ହୋଇ ପ୍ରାଣ ହରାଇଛନ୍ତି।  ମୃତକ  ଜଣଙ୍କ ହେଲେ ଜଣଙ୍କ ସୂର୍ଯ୍ୟ ବାଗ୍। ମହିଳାଙ୍କ ମୃତଦେହ ଆସି ଗାଁରେ ପହଞ୍ଚିବା ପରେ ଘଟଣା  ବିଷୟରେ  ଜଣାପଡିଥିଲା। ସୂର୍ଯ୍ୟଙ୍କ ସ୍ୱାମୀ ନର୍ଲା ଥାନାରେ ଅଭିଯୋଗ କରିବା ପରେ ତେଲେଙ୍ଗାନା ପୋଲିସ ଇଟାଭାଟି ମାଲିକ ଭି.ଶ୍ୟାମାଙ୍କ ସହ ୩ ସୁପରଭାଇଜରଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ନର୍ଲା ବିଡିଓ  ରେଡକ୍ରସ […]

dadn

dadn

Rakesh Mallick
  • Published: Sunday, 06 December 2015
  • Updated: 06 December 2015, 08:00 AM IST

Sports

Latest News

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବାଲିପଡା ଗାଁର ଜଣେ ଗର୍ଭବତୀ ମହିଳା ତେଲେଙ୍ଗାନାରେ ଇଟାଭାଟି ସୁପରଭାଇଜରଙ୍କ ନିର୍ଯାତନାର ଶିକାର ହୋଇ ପ୍ରାଣ ହରାଇଛନ୍ତି।  ମୃତକ  ଜଣଙ୍କ ହେଲେ ଜଣଙ୍କ ସୂର୍ଯ୍ୟ ବାଗ୍। ମହିଳାଙ୍କ ମୃତଦେହ ଆସି ଗାଁରେ ପହଞ୍ଚିବା ପରେ ଘଟଣା  ବିଷୟରେ  ଜଣାପଡିଥିଲା। ସୂର୍ଯ୍ୟଙ୍କ ସ୍ୱାମୀ ନର୍ଲା ଥାନାରେ ଅଭିଯୋଗ କରିବା ପରେ ତେଲେଙ୍ଗାନା ପୋଲିସ ଇଟାଭାଟି ମାଲିକ ଭି.ଶ୍ୟାମାଙ୍କ ସହ ୩ ସୁପରଭାଇଜରଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ନର୍ଲା ବିଡିଓ  ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ମୃତକଙ୍କ ପରିବାରକୁ ସହାୟତା ଦିଆଯାଇଛି।

ତେଲେଙ୍ଗାନା ପୈଦାପାଲ୍ଲୀର ଇଟାଭାଟିକୁ ନିଜ ପରିବାର ସହ ସୂର୍ଯ୍ୟ କାମ କରିବାକୁ ଯାଇଥିଲେ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଅଞ୍ଚଳର ମଜିଦ ଖାଁ ସେମାନଙ୍କୁ ଅଗ୍ରୀମ ଟଙ୍କା ଦେଇ ସେଠାକୁ ନେଇଥିଲେ। ଗତ ୨ତାରିଖରେ ଅସୁସ୍ଥତା କାରଣରୁ ଜିତେନ୍ଦ୍ରର ଗର୍ଭବତୀ ସ୍ତ୍ରୀ କାମକୁ ଯାଇ ନ ଥିଲେ। ଇଟାଭାଟିର ୩ ଜଣ ସୁପରଭାଇଜର ଆସି କାମକୁ ଯିବା ପାଇଁ କହିଥିଲେ। ଅସୁସ୍ଥତା ଯୋଗୁଁ ମନା କରିବାରୁ ଉଭୟ ସ୍ୱାମୀସ୍ତ୍ରୀଙ୍କୁ ସେମାନେ ଗୋଇଠା ମାରିଥିବା ଜିତେନ୍ଦ୍ର ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ  ସୂର୍ଯ୍ୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଗୁରୁବାର  ତାଙ୍କର ମୃତ୍ୟୁ ହୋଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos