ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପାଜେନ ଗାଁ ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ ସୃଷ୍ଟି ହୋଇ ୩୦ ଏକର ଜମିରେ ପାଣି ମାଡ଼ି ଯାଇଛି। ଗତକାଲି ରାତିରେ ଗାଁ ନିକଟସ୍ଥ ଏକ ସାଇଫନ୍‌ରେ ଏହି ଘାଇ ସୃଷ୍ଟି ହୋଇ ଚାଷ ଜମିରେ ପାଣି ମାଡ଼ି ଯାଇଥିଲା। ଫଳରେ ବହୁ ରବି ଫସଲ ନଷ୍ଟ ହୋଇଛି। ଏପରିକି ପାଣି ରାସ୍ତାରେ ମାଡ଼ୁଥିବା ଦେଖୁବିକୁ ମିଳିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।