କଲ୍ୟାଣସିଂହପୁରରେ ଜେସିବି ଓ ଟ୍ରାକ୍ଟର ଜାଳିଦେଲେ ମାଓବାଦୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ମାଓବାଦୀମାନେ ଆକ୍ରମଣ କରିଛନ୍ତି। ନିୟମଗିରି ରାସ୍ତା କାମ ଚାଲିଥିବା ବେଳେ ଡେଙ୍ଗଲିଲି ନିକଟରେ ମାଓବାଦୀମାନେ ୨ଟି ଜେସିବି, ୨ଟି ଟ୍ରାକ୍ଟର, ଗୋଟିଏ ପାଣିଟ୍ୟାଙ୍କରକୁ ପୋଡ଼ି ଦେଇଛନ୍ତି। ଏହାସହ ମାଓବାଦୀମାନେ ଘଟଣା ସ୍ଥଳରେ ସିପିଆଇ ମାଓବାଦୀଙ୍କ ପୋଷ୍ଟର ଛାଡି ଯାଇଛନ୍ତି।

ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପଞ୍ଚାୟତ ନିର୍ବାଚନ ବେଳେ ମାଓବାଦୀଙ୍କ ଏପରି କାଣ୍ଡ ପୋଲିସ ପାଇଁ ଚିନ୍ତା ବଢାଇ ଦେଇଛି।