କଲ୍ୟାଣସିଂହପୁର: ପୁଣି କାନ୍ଧରେ ବୁହା ହୋଇ ଡାକ୍ତରଖାନା ଗଲେ ରୋଗୀ

କଲ୍ୟାଣସିଂହପୁର: ପୁଣି ନିୟମଗିରି ଅଞ୍ଚଳରେ ରୋଗୀ କାନ୍ଧରେ ବୁହା ହୋଇ ଡାକ୍ତରଖାନା ଯିବାର ଅଭିଯୋଗ ଆସିଛି। ବିପର୍ଯ୍ୟସ୍ତ ଯୋଗାଯୋଗ ବ୍ୟବସ୍ଥା ଯୋଗୁଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ପାରାମାଳି ଗାଁର ଜଣେ ରୋଗୀଙ୍କୁ ୧୦ କି.ମି. ଦୂର କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କାନ୍ଧରେ ନିଆଯିବା ଘଟଣା ପଦାକୁ ଆସିଛି। ଗତକାଲି ପାରାମାଳି ଗାଁ ଲୋକେ ନୂଆଖାଇ ପର୍ବ ପାଳନ କରିଥିଲେ। ଏହି ଅବସରରେ ଠାକୁରଙ୍କ ପାଖରେ ବଳି ଦିଆଯାଇଥିବା ମାଂସ ଗ୍ରାମବାସୀ ଖାଇଥିଲେ। ଉକ୍ତ ମାଂସ ଖାଇବା ପରେ […]

kalyanshingpur

kalyanshingpur

Rakesh Mallick
  • Published: Friday, 15 April 2016
  • Updated: 15 April 2016, 09:47 AM IST

Sports

Latest News

kalyanshingpurକଲ୍ୟାଣସିଂହପୁର: ପୁଣି ନିୟମଗିରି ଅଞ୍ଚଳରେ ରୋଗୀ କାନ୍ଧରେ ବୁହା ହୋଇ ଡାକ୍ତରଖାନା ଯିବାର ଅଭିଯୋଗ ଆସିଛି। ବିପର୍ଯ୍ୟସ୍ତ ଯୋଗାଯୋଗ ବ୍ୟବସ୍ଥା ଯୋଗୁଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ପାରାମାଳି ଗାଁର ଜଣେ ରୋଗୀଙ୍କୁ ୧୦ କି.ମି. ଦୂର କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କାନ୍ଧରେ ନିଆଯିବା ଘଟଣା ପଦାକୁ ଆସିଛି।

ଗତକାଲି ପାରାମାଳି ଗାଁ ଲୋକେ ନୂଆଖାଇ ପର୍ବ ପାଳନ କରିଥିଲେ। ଏହି ଅବସରରେ ଠାକୁରଙ୍କ ପାଖରେ ବଳି ଦିଆଯାଇଥିବା ମାଂସ ଗ୍ରାମବାସୀ ଖାଇଥିଲେ। ଉକ୍ତ ମାଂସ ଖାଇବା ପରେ ଗାଁର ସିକକା ଡିଚ୍ଚାଙ୍କ ପେଟ ଫୁଲି ଯାଇ ପ୍ରବଳ ଯନ୍ତ୍ରଣା ହୋଇଥିଲା। ଗ୍ରାମବାସୀ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ନେଟ୍‌ୱର୍କ ନ ଥିବାରୁ ଯୋଗାଯୋଗ ହୋଇ ପାରି ନ ଥିଲା। ଫଳରେ ଗ୍ରାମବାସୀ ଏକ ଠେଙ୍ଗାରେ ଲୁଗା ବାନ୍ଧି ତାଙ୍କୁ ବୋହି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସିକକାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ପ୍ରାୟ ୪ ଘଣ୍ଟା ଲାଗିଥିଲା। ଏପରି ସ୍ଥିତିରେ ସିକକାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଗୁରୁତର ହୋଇଯାଇଥିଲା। ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯିବାକୁ ଡାକ୍ତର କହିଥିଲେ। ହେଲେ ଆମ୍ବୁଲାନ୍ସ ନ ମିଳିବାରୁ ସିକକାଙ୍କୁ ସେଠାରେ ମଧ୍ୟ ୨ ଘଣ୍ଟା ପକାଇ ରଖିବାକୁ ପଡିଥିଲା। ୨ ଘଣ୍ଟା ପରେ ଆମ୍ବୁଲାନ୍ସ ଆସି ସିକକାଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା।

ରୋଗୀଙ୍କ ସମ୍ପର୍କୀୟ ଡ୍ରିକା ସିକକା କହିଛନ୍ତି, “ନେଟ୍‌ୱର୍କ ନ ଆସିବାରୁ ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇପାରିଲା ନାହିଁ। ଠେଙ୍ଗାରେ ଲୁଗା ବାନ୍ଧି ୧୦ କି.ମି. ବୋହି ଆଣିବାକୁ ପଡିଲା। ଆମ ଅଞ୍ଚଳରେ ପ୍ରାୟ ସବୁ ସମୟରେ ମୋବାଇଲ ନେଟ୍‌ୱର୍କ ଆସୁନାହିଁ। ବିକଳ୍ପ ବ୍ୟବସ୍ଥା ନ ଥିବାରୁ ବାଧ୍ୟ ହୋଇ ଏମିତି ଆଣିବାକୁ ପଡୁଛି।”

କାଡାକା ଲାଛି (ଗ୍ରାମବାସୀ) କହିଛନ୍ତି, “ପ୍ରଥମେ ଜ୍ୱର ହେଲା ଓ ତା’ପରେ ପେଟ ଫୁଲିଗଲା। ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇ ପାରିଲା ନାହିଁ। ବୋହି କି ଆଣିବାକୁ ପଡ଼ିଲା।”

କଲ୍ୟାଣସିଂହପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଭରପ୍ରାପ୍ତ ଅଧିକାରୀ ମହମଦ ମହସିଦ କହିଛନ୍ତି, “ଗୁରୁତର ଅବସ୍ଥାରେ ତାଙ୍କୁ ଏଠାକୁ ଅଣାଯାଇଛି। କିଛି ମାଂସ ଖାଇବା ପରେ ପେଟ ଫୁଲି ଯାଇ ଯନ୍ତ୍ରଣା ହେଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଦେଇଛୁ।”

ନିୟମଗିରି ଅଞ୍ଚଳରେ କାନ୍ଧରେ ବୁହା ହୋଇ ରୋଗୀଙ୍କୁ ଡାକ୍ତରଖାନା ଅଣାଯିବା କିଛି ନୂଆ କଥା ନୁହେଁ। ଗତ ୧୩ ଜଣେ ପ୍ରସୂତୀଙ୍କୁ ଖଟିଆରେ ବୁହାଯାଇ ମେଡିକାଲ ଅଣାଯାଇଥିଲା। ସେତେବେଳେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଆସି ନ ଥିଲା। ବର୍ତ୍ତମାନ ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇପାରି ନ ଥିଲା। ଏହା ହେଉଛି ବିଶ୍ୱ ଦରବାରରେ ବର୍ତ୍ତମାନ ଚର୍ଚ୍ଚାରେ ଥିବା ନିୟମଗିରି ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାର ନିଚ୍ଛକ ଉଦାହରଣ।

ନିୟମଗିରିର ଡଙ୍ଗରିଆ କନ୍ଧଙ୍କ ଉନ୍ନତି ପାଇଁ ସରକାର ବହୁ ଯୋଜନା କରୁଥିବା କହୁଛନ୍ତି। ହେଲେ ଯୋଗାଯୋଗ ସମସ୍ୟା ଯୋଗୁଁ ଏଠାରେ ରୋଗୀ କାନ୍ଧରେ ବୁହା ହୋଇ ମେଡିକାଲ ଯିବା କେବେ ବନ୍ଦ ହେବ ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos