କଲ୍ୟାଣସିଂହପୁର: ପିଡୁଆ ଗାଁରେ ଝାଡ଼ାବାନ୍ତି ଆତଙ୍କ; ୨ ମୃତ, ୩୦ରୁ ଅଧିକ ଆକ୍ରାନ୍ତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ପଲମା ପଞ୍ଚାୟତର ପିଡୁଆ ଗାଁରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ଗୋଟିଏ ଦିନରେ ଝାଡ଼ାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।  ଗୁରୁତର ୧୦ ଜଣଙ୍କୁ କଲ୍ୟାଣସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାସହିତ ଏକ ଡାକ୍ତରୀ ଦଳ ଗାଁରେ ପହଁଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।

ମୃତକଙ୍କ ପରିବାରକୁ  ହରିଶ୍ଚନ୍ଦ୍ର ଯୋଜନାରେ  ୨ହଜାର ଓ ରେଡ୍‌କ୍ରସ୍‌ ପାଣ୍ଠିରୁ  ୫ ହଜାର ଟଙ୍କା ବ୍ଲକ୍ ପ୍ରାଶାସନ ପ୍ରଦାନ କରିଛି।