କଲ୍ୟାଣସିଂହପୁରରେ ମାଓ ପୋଷ୍ଟର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରର ପାରସାଲିର ୪ଟି ସ୍ଥାନରେ ଆଜି ସକାଳେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଜାନୁଆରୀ ୨ତାରିଖରେ ହୋଇଥିବା ଏନକାଉଣ୍ଟର ମିଥ୍ୟାବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଏହାସହିତ ନିରିଗୁଣ୍ଡିର ଶ୍ୟାମ କାଡ୍ରାକାଙ୍କୁ ହତ୍ୟା କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି।