ଢେଙ୍କାନାଳ: ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଲୁଟ୍‌

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡ଼ଝରା ଗାଁ ନିକଟରୁ ବ୍ୟବସାୟୀ ସରୋଜ ସାହୁଙ୍କଠାରୁ ଆଜି ୨ ଲକ୍ଷ ଟଙ୍କା ଲୁଟି ହୋଇଛି। ୨ ଦୁର୍ବୃତ୍ତ କଳା ପଲସରରେ ଆସି ଟଙ୍କା ଲୁଟି ନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପରଜଙ୍ଗ ଓ କାମାକ୍ଷାନଗର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

ମେଣ୍ଢାପଦା ଗାଁର ସରୋଜ ବ୍ୟବସାୟ ପାଇଁ ନିଜ ପିକ୍‌ଅପ୍‌ରେ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଟଙ୍କା ଲୁଟି ନେଇଥିଲେ। ଦୁର୍ବୃତ୍ତମାନେ କେନ୍ଦୁଝର ଅଭିମୁଖେ ଯାଇଥିବା ଜଣାପଡ଼ିଛି।