କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ, ଜୀବନଯାତ୍ରା ପ୍ରଭାବିତ

କାମାକ୍ଷାନଗର: ଏନ୍‌ଏଚ୍‌-୫୩ ମରାମତି ଓ ଡ୍ରେନ୍‌ ନିର୍ମାଣ ଦାବିରେ ଆଜି ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଏହି ବନ୍ଦ ଡାକରା ଦେଇଛି। ବନ୍ଦ ଯୋଗୁଁ କାମାକ୍ଷାନଗରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଜୀବନ ଯାତ୍ରା ଏକପ୍ରକାର ଠପ୍‌ ହୋଇଯାଇଛି। ଆଜି ସକାଳେ ବିକ୍ଷୋଭକାରୀମାନେ ଯାଜପୁର-ତାଳଚେର ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ଫଳରେ ଯିବାଆସିବାରେ ଲୋକେ […]

12 hour bandh

12 hour bandh

Rakesh Mallick
  • Published: Saturday, 25 March 2017
  • Updated: 25 March 2017, 09:23 AM IST

କାମାକ୍ଷାନଗର: ଏନ୍‌ଏଚ୍‌-୫୩ ମରାମତି ଓ ଡ୍ରେନ୍‌ ନିର୍ମାଣ ଦାବିରେ ଆଜି ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଏହି ବନ୍ଦ ଡାକରା ଦେଇଛି। ବନ୍ଦ ଯୋଗୁଁ କାମାକ୍ଷାନଗରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଜୀବନ ଯାତ୍ରା ଏକପ୍ରକାର ଠପ୍‌ ହୋଇଯାଇଛି।

ଆଜି ସକାଳେ ବିକ୍ଷୋଭକାରୀମାନେ ଯାଜପୁର-ତାଳଚେର ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ଫଳରେ ଯିବାଆସିବାରେ ଲୋକେ ନାହିଁନଥିବା ଅସୁବିଧାରେ ପଡ଼ିଛନ୍ତି। ଦୂରଗାମୀ ବସ୍‌ ଗୁଡ଼ିକ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଛି। ଯାତ୍ରୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos