କୁଆଡ଼େ ଗଲା ରତ୍ନଭଣ୍ଡ।ର ଚାବି? ଥାନାରେ ଏତଲା

କାମାକ୍ଷାନଗର (ରାକେଶ ଦେହୁରୀ): ସାରା ରାଜ୍ୟରେ ଏବେ ଶ୍ରୀମନ୍ଦିର ରତ୍ନ ଭଣ୍ଡ।ର ଚାବି ହଜିବା ପ୍ରସଙ୍ଗକୁ ନେଇ ଚର୍ଚା ଜୋର ଧରିଥିବା ବେଳେ, ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଜେପି ତରଫରୁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା କାମାକ୍ଷନଗର ବଜାର ପରିକ୍ରମା କରି ଥାନାରେ ପହଞ୍ଚିଥିଲା ଓ ସରକାରଙ୍କ ବିରୋଧରେ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲଙ୍କୁ ବିଜେପି ତରଫରୁ ଏତଲା ଦିଆଯାଇଥିଲା। ଏଠାରେ ବିଜେପି ନେତା ସନ୍ଦିପ ପଟ୍ଟନାୟକ, ଉପେନ୍ଦ୍ର ମହାଖୋଡ, ମୀନକେତନ ସାହୁ, ନିଶାକର ବେହେରା, କାମାକ୍ଷାନଗର ଏନଏସି ସଭାପତି ଗଙ୍ଗାଧର ମହାନ୍ତି, ହେମନ୍ତ ମହାନ୍ତି, ସଂଜୀବ ମିଶ୍ର, ସିଦ୍ଧେଶ୍ଵର ପଣ୍ଡା, ବିମ୍ବାଧର ସାହୁ, କଷ୍ଟୁ ସାହୁ, ଶେଷଦେବ ନାୟକଙ୍କ ସମେତ ଅଞ୍ଚଳର ବିଜେପି କର୍ମୀମାନେ ସାମିଲ ହୋଇଥିଲେ।