ଅହିଂସାର ମନ୍ଦିର ରାସ୍ତା ରକ୍ତରେ ହେଲା ଜୁଡୁବୁଡୁ

ଢେଙ୍କାନାଳ/କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଅହିଂସାର ମନ୍ତ୍ର ନେଇ ଜାତିର ପିତା ମହାତ୍ମା ଗାନ୍ଧି ଦେଶକୁ ସ୍ୱାଧୀନତା ଦେଇଥିଲେ। ଆଜି ତାଙ୍କ ମନ୍ଦିର ଆଗରେ ଫୁଟିଛି ଗୁଳି। ରକ୍ତ ରଞ୍ଜିତ ହୋଇଛି ଗାନ୍ଧି ମନ୍ଦିର ନିକଟ ରାସ୍ତା। ବିଚ୍‌ ରାସ୍ତାରେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ଗୁଳି କରିଛନ୍ତି ୪ ଦୁର୍ବୃତ୍ତ। ଆଉ ଆତତାୟୀଙ୍କ ଗୁଳି ମାଡ଼ରେ ସବୁଦିନ ପାଇଁ ଚାଲିଯାଇଛନ୍ତି ଯଶୋବନ୍ତ। ଗାନ୍ଧିଙ୍କ ମନ୍ଦିର ନିକଟରେ ଏପରି ଆକ୍ରମଣ ହେଲା କଣ ପାଇଁ? […]

kamakhayanager murder

kamakhayanager murder

Rakesh Mallick
  • Published: Monday, 26 March 2018
  • Updated: 26 March 2018, 08:12 PM IST

Sports

Latest News

ଢେଙ୍କାନାଳ/କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଅହିଂସାର ମନ୍ତ୍ର ନେଇ ଜାତିର ପିତା ମହାତ୍ମା ଗାନ୍ଧି ଦେଶକୁ ସ୍ୱାଧୀନତା ଦେଇଥିଲେ। ଆଜି ତାଙ୍କ ମନ୍ଦିର ଆଗରେ ଫୁଟିଛି ଗୁଳି। ରକ୍ତ ରଞ୍ଜିତ ହୋଇଛି ଗାନ୍ଧି ମନ୍ଦିର ନିକଟ ରାସ୍ତା। ବିଚ୍‌ ରାସ୍ତାରେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ଗୁଳି କରିଛନ୍ତି ୪ ଦୁର୍ବୃତ୍ତ। ଆଉ ଆତତାୟୀଙ୍କ ଗୁଳି ମାଡ଼ରେ ସବୁଦିନ ପାଇଁ ଚାଲିଯାଇଛନ୍ତି ଯଶୋବନ୍ତ। ଗାନ୍ଧିଙ୍କ ମନ୍ଦିର ନିକଟରେ ଏପରି ଆକ୍ରମଣ ହେଲା କଣ ପାଇଁ?

ସମୟ ସକାଳ ପ୍ରାୟ ୧୦ଟା। କାମାକ୍ଷାନଗରରେ ନିର୍ମାଣାଧୀନ ଘର କାମ ଦେଖି ନିଜ ଔଷଧ ଦୋକାନକୁ କାର୍‌ରେ ଯାଉଥିଲେ ଯଶୋବନ୍ତ। ଗାନ୍ଧି ମନ୍ଦିର ନିକଟରେ ତାଙ୍କ କାର୍ ଉପରେ ହେଲା ଅତର୍କିତ ଆକ୍ରମଣ। ସମ୍ମୁଖରୁ ଏକ ବୋଲେରୋ ଆସି ୪ରୁ ଅଧିକ ଦୁର୍ବୃତ୍ତ ଆଖିବୁଜା ଗୁଳି ଚଳାଇଥିଲେ। ପ୍ରାଣ ବିକଳରେ କାରରୁ ବାହାରି ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ ଯଶୋବନ୍ତ। କିନ୍ତୁ ଦୁର୍ବୃତ୍ତମାନେ ମୁଣ୍ଡକୁ ଗୁଳି କରିବାରୁ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ଯଶୋବନ୍ତ।

ଯଶୋବନ୍ତ ଜଣେ ବ୍ୟବସାୟୀ ଓ ରାଜନେତା। ସେ ଥିଲେ କାମାକ୍ଷାନଗର ପୂର୍ବତମ ପୌରଧ୍ୟକ୍ଷ। ତାଙ୍କର ଏକ ଔଷଧ ଦୋକାନ ଅଛି। ତା’ସହ ସେ କାମାକ୍ଷାନଗର ବସ୍ ମାଲିକ ସଂଘର ସମ୍ପାଦକ। ତାଙ୍କର ଅନ୍ୟାନ୍ୟ ବ୍ୟବସାୟ ମଧ୍ୟ ରହିଛି। କ୍ରମାଗତ ତୃତୀୟ ଥର ପାଇଁ ସେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ହୋଇଥିଲେ। ସେହିପରି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କର ସେ ଅତି ଘନିଷ୍ଠ ବୋଲି କୁହାଯାଉଛି। ତେବେ କାହିଁକି ହତ୍ୟା କରାଗଲା ଯଶୋବନ୍ତଙ୍କୁ ? ମର୍ଡର ପଛରେ ବ୍ୟାବସାୟିକ ନା ରାଜନୈତିକ ଶତ୍ରୁତା ରହିଛି ? ହତ୍ୟାକାଣ୍ଡ ପଛରେ କାହାର ରହିଛି ହାତ ? ୨୦୧୪ ଜାନୁୟାରୀରେ ବ୍ୟାବସାୟିକ ଶତ୍ରୁତାରୁ ସଂଘଟିତ ଗୁଳିମାଡ଼ରୁ ଯଶୋବନ୍ତ ଅଳ୍ପକେ ବର୍ତ୍ତିଯାଇଥିଲେ। ସେଇ ଘଟଣା ସହ ଆଜିର ଗୁଳିକାଣ୍ଡର ଲିଙ୍କ୍ ନାହିଁ ତ? ହତ୍ୟାକାଣ୍ଡରେ ବ୍ୟବହୃତ ଗାଡିକୁ ପୋଲିସ ଜବତ କରିବା ସହ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।

ସେପଟେ ହତ୍ୟାକାଣ୍ଡ ପରେ କାମାକ୍ଷାନଗର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଘଟଣାର ସଠିକ୍ ତଦନ୍ତ ପାଇଁ ନିବେଦନ କରିଛନ୍ତି। ରାଜନୈତିକ କାରଣୁ ହତ୍ୟାକାଣ୍ଡ ଘଟିଥିବା ବିଶ୍ୱାସ ହେଉ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos