ମୂଲ ଲାଗି ଭଙ୍ଗା ଚାଳ ଘରେ ଜୀବନ କାଟୁଛନ୍ତି ରାଜ୍ୟ ଯୋଜନା ବୋର୍ଡ଼ ସଭ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୈବିକ ପଦ୍ଧତିରେ ବିଭିନ୍ନ ଦେଶୀ କିସମ ଧାନ ସଂରକ୍ଷଣ କରି ଚର୍ଚ୍ଚାକୁ ଆସିଥିଲେ କମଳା ପୂଜାରୀ। ସେଥିପାଇଁ ତାଙ୍କୁ ବହୁ ସମ୍ମାନ ଓ ପୁରସ୍କାର ମିଳିଥିଲା। ଏପରିକି ରାଜ୍ୟ ସରକାର ତାଙ୍କ ନାଁରେ ଭୁବନେଶ୍ୱର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ନିବାସ ନିର୍ମାଣ ନାମୀତ କରିଥିଲେ। ହେଲେ ସେ ଜୀବନ ଜୀଉଁଛନ୍ତି ଭଙ୍ଗା ଚାଳ ଛପର ଘରେ। ନାନା ଆର୍ଥିକ ସଙ୍କଟ ଦେଇ ଦିନ କାଟୁଛନ୍ତି। ମୂଲ ମଜୁରି କରି ଚଳୁଛନ୍ତି। […]

kamala pujari

kamala pujari

Rakesh Mallick
  • Published: Thursday, 22 March 2018
  • Updated: 22 March 2018, 09:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୈବିକ ପଦ୍ଧତିରେ ବିଭିନ୍ନ ଦେଶୀ କିସମ ଧାନ ସଂରକ୍ଷଣ କରି ଚର୍ଚ୍ଚାକୁ ଆସିଥିଲେ କମଳା ପୂଜାରୀ। ସେଥିପାଇଁ ତାଙ୍କୁ ବହୁ ସମ୍ମାନ ଓ ପୁରସ୍କାର ମିଳିଥିଲା। ଏପରିକି ରାଜ୍ୟ ସରକାର ତାଙ୍କ ନାଁରେ ଭୁବନେଶ୍ୱର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ନିବାସ ନିର୍ମାଣ ନାମୀତ କରିଥିଲେ। ହେଲେ ସେ ଜୀବନ ଜୀଉଁଛନ୍ତି ଭଙ୍ଗା ଚାଳ ଛପର ଘରେ। ନାନା ଆର୍ଥିକ ସଙ୍କଟ ଦେଇ ଦିନ କାଟୁଛନ୍ତି। ମୂଲ ମଜୁରି କରି ଚଳୁଛନ୍ତି। ଆମେ କହୁଛୁଁ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ପାତ୍ରପୁଟର କମଳା ପୂଜାରୀଙ୍କ କଥା। ଯାହାଙ୍କୁ ଦୁଇଦିନ ତଳେ ସରକାର ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ଘୋଷଣା କରିଥିଲେ। କିନ୍ତୁ ଏ ସମ୍ପର୍କରେ କମଳା କିଛି ଜାଣି ନାହାନ୍ତି।

ଜୈବିକ ପଦ୍ଧତିରେ ବିଭିନ୍ନ ଦେଶୀ କିସମ ଧାନ ସଂରକ୍ଷଣ କରୁଥିବାରୁ କମଳାଙ୍କୁ ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକା ଜୋହନ୍ସବର୍ଗରେ ଇକ୍ୱେଟର୍ ଇନିସିଏଟିଭ୍ ଆଓ୍ୱାର୍ଡ ମିଳିଥିଲା। ୨୦୦୩ରେ ଦିଲ୍ଲୀରେ ଭାରତୀୟ କୃଷି ଗବେଷଣା ପରିଷଦ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ୨୦୦୪ରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନ ଦିଆଯାଇଥିଲା। ଖାଲି ଏତିକି ନୁହେଁ, ୨୦୧୭ ମାର୍ଚ୍ଚରେ ତାଙ୍କ ନାଁରେ ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସ ନିର୍ମାଣ କରାଯାଇଥିଲା। ସେ ହେଲେ ଆଦିବାସୀଙ୍କ ପ୍ରେରଣା। ଦୁଇ ଦିନ ତଳେ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ମନୋନୀତ କରିଛନ୍ତି ସରକାର। ସାମାଜିକ ସ୍ତରରେ ଏତେ ସମ୍ମାନ, ଏତେ ସ୍ୱୀକୃତି। ହେଲେ କୋରାପୁଟ ଜିଲ୍ଲା ପାତ୍ରପୁଟ ଗାଁର କମଳାଙ୍କ ଅର୍ଥିକ ଅବସ୍ଥାରେ କିନ୍ତୁ ଆସିନି ସୁଧାର। ରାଜଧାନୀରେ ତାଙ୍କ ନାଁରେ ହଷ୍ଟେଲ। ହେଲେ ସେ ରହୁଛନ୍ତି ଏକ ଭଙ୍ଗା ଚାଳ ଛପର ଘରେ। ଛପର ଉଡ଼ି ବାଉଁଶ ବତା ଦିଶିଲାଣି। ଆଉ ପୁଅ ନାଁରେ ମଳିଥିବା ଇନ୍ଦିରା ଆବାସ ଟିଏ ବି ଅଧା ପନ୍ତରିଆ ଅବସ୍ଥାରେ ପଡ଼ି ରହିଛି।

ଜୈବିକ ପଦ୍ଧତିରେ ବିଭିନ୍ନ ଦେଶୀ କିସମ ଧାନ ସଂରକ୍ଷଣ କରି ଚର୍ଚ୍ଚାକୁ ଆସିଥିଲେ କମଳା। ତେଣୁ ସେ ଯୋଜନା ବୋର୍ଡରେ ରହି କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାରଙ୍କୁ ପରାମର୍ଶ ଦେଇପାରିବେ ବୋଲି ଶାସକ ଦଳ ମୁଖପାତ୍ର କହିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଯିଏ ନିଜେ ଏତେ ସମସ୍ୟାରେ, ତାକୁ ଅନ୍ୟର ସମସ୍ୟା କଥା ଭାବିବାକୁ ବେଳ କାହିଁ? କୃଷିର ଉନ୍ନତି ପାଇଁ ସରକାର ପ୍ରକୃତରେ କମଳାଙ୍କ ପରାମର୍ଶ ନେବାକୁ ଚାହୁଁଛନ୍ତି, ନା ଏହା ଏକ ପ୍ରହସନ? ତେଣେ କମଳା କହିଛନ୍ତି, ଯୋଜନା ବୋର୍ଡରେ ସାମିଲ ହେବା କଥା ତାଙ୍କୁ ଏଯାଏଁ ଜଣା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story