କନକଙ୍କ ନାଁରେ ଜମି ହଡ଼ପ ଅଭିଯୋଗ ଆଣିଲେ ତାଙ୍କ ଭାଇବୋହୂ

ପାଟଣାଗଡ଼: ପାଟଣାଗଡ଼ ରାଜା ତଥା ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ନାଁରେ ଜମି ହଡ଼ପ ଅଭିଯୋଗ ଆଣି ଆଜି ତାଙ୍କ ଭାଇବୋହୂ ତଥା ବିଜେଡି ନେତ୍ରୀ ପ୍ରକୃତି ଦେବୀ ଓ ତାଙ୍କ ସ୍ୱାମୀ ଶ୍ରୀବର୍ଦ୍ଧନ ସିଂହଦେଓ ଶତାଧିକ ଦଳୀୟ କର୍ମୀଙ୍କୁ ନେଇ ଉପଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଥିଲେ। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସେମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ। ପାଟଣାଗଡ଼ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା କହିଛନ୍ତି,“ଜିଲ୍ଲାପାଳଙ୍କ ଜରିଆରେ ସେମାନଙ୍କ ସ୍ମାରକପତ୍ରକୁ ରାଜ୍ୟପାଳଙ୍କ […]

prakruti

prakruti

Rakesh Mallick
  • Published: Friday, 19 August 2016
  • Updated: 19 August 2016, 08:34 PM IST

Sports

Latest News

prakrutiପାଟଣାଗଡ଼: ପାଟଣାଗଡ଼ ରାଜା ତଥା ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ନାଁରେ ଜମି ହଡ଼ପ ଅଭିଯୋଗ ଆଣି ଆଜି ତାଙ୍କ ଭାଇବୋହୂ ତଥା ବିଜେଡି ନେତ୍ରୀ ପ୍ରକୃତି ଦେବୀ ଓ ତାଙ୍କ ସ୍ୱାମୀ ଶ୍ରୀବର୍ଦ୍ଧନ ସିଂହଦେଓ ଶତାଧିକ ଦଳୀୟ କର୍ମୀଙ୍କୁ ନେଇ ଉପଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଥିଲେ। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସେମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ।

ପାଟଣାଗଡ଼ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା କହିଛନ୍ତି,“ଜିଲ୍ଲାପାଳଙ୍କ ଜରିଆରେ ସେମାନଙ୍କ ସ୍ମାରକପତ୍ରକୁ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦିଆଯିବ। କେତେକ ଜମି କିଣାବିକା ଉପରେ ସେମାନେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ତେବେ ଏଗୁଡ଼ିକ ସରକାରୀ ଜମି ନୁହେଁ। ବ୍ୟକ୍ତିଗତ ଜମି କିଣାବିକାରେ ହେରାଫେରି ହୋଇଛି ବୋଲି ଅଭିଯୋଗ କରାଯାଇଛି।”

ଅନ୍ୟପକ୍ଷରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି କେ.ଭି ସିଂହଦେଓ। ସେ କହିଛନ୍ତି,“ଏହା ହେଉଛି ମୋ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର। ତାଙ୍କ ଦଳ (ବିଜେଡି) ସରକାରରେ ଅଛି। ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ତାଙ୍କର। ତଦନ୍ତ କରାଇ ନିଅନ୍ତୁ। ତା’ପରେ ସତକଥା ଓଡ଼ିଶାବାସୀଙ୍କ ସାମ୍ନାକୁ ଆସିଯିବ।”

ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି ମଧ୍ୟ କେଭିଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗ ଆଣିଥିଲା। ଏହାକୁ ନେଇ ଦଳ ପକ୍ଷରୁ ବଲାଙ୍ଗୀରରେ ଭିଜିଲାନ୍ସ ଅଫିସ୍ ଘେରାଉ କରାଯାଇଥିଲା।

କନକ ବର୍ଦ୍ଧନ ଏନ୍‌ଜିଓ କରିବା ନାଁରେ ଖପ୍ରାଖୋଲ ବ୍ଲକ୍ କର୍ଲାମାରେ ୪ ଏକର, ଘସିଏନ୍‌ ଗାଁରେ କୃଷି ବିଜ୍ଞାନ କେନ୍ଦ୍ର ପାଇଁ ୫୦ ଏକର ଏବଂ ଟିଟିଲାଗଡ଼ କୁର୍ସୁଡ ଗାଁରେ କଲେଜ କରିବାକୁ କହି ୭ ଏକର ଜମି କିଣି ଥିଲେ ମଧ୍ୟ ଏଯାଏଁ ଏଥିରୁ କୌଣସି ଗୋଟିକରେ କାମ ଆରମ୍ଭ କରି ନ ଥିବା ଅଭିଯୋଗ ହୋଇଛି। କେ.ଭି ମିଥ୍ୟା ପ୍ରତିଶ୍ରୁତି ଦେଇ ଗରିବ ଲୋକଙ୍କଠାରୁ କମ୍ ଦରରେ ଜମି ହାତେଇ ଥିବା ପ୍ରକୃତି ଦେବୀ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos