କନ୍ଧମାଳ ଆଦିବାସୀ ହତ୍ୟା ଘଟଣାକୁ ମାଓବାଦୀଙ୍କ ନିନ୍ଦା

କନ୍ଧମାଳ: କନ୍ଧମାଳରେ ପୋଲିସ୍ ଗୁଳିରେ ନିରୀହ ଆଦିବାସୀମାନେ ପ୍ରାଣ ହରାଇବା ପ୍ରସଙ୍ଗରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ମାଓବାଦୀ। ନୂଆପଡ଼ା-ମୈନପୁର ମାଓ ଡିଭିଜନ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଏହି ଘଟଣାର ପ୍ରତିବାଦ କରି ପୋଲିସ୍  ବିରୋଧରେ ଜନ ଆନ୍ଦୋଳନକୁ ଜୋରଦାର କରିବା ଲାଗି ଆହ୍ୱାନ ଦେଇଛନ୍ତି ନୂଆପଡ଼ା-ମୈନପୁର ଡିଭିଜନାଲ କମିଟିର ମୁଖପାତ୍ର  ବୁଧୁରାମ ପହରିଆ । ଗ୍ରୀନହଣ୍ଟ ନାଁରେ ପୋଲିସ୍ ଦମନ ଲୀଳା ଚଳାଇଥିବା  ବୁଧୁରାମ ଏକ ଅଡ଼ିଓ ଟେପ୍‌ ମାଧ୍ୟମରେ କହିଛନ୍ତି। ସେ କହିଛନ୍ତି, “ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ଭଳି ଶାସକମାନେ ପୋଲିସ୍ ଦ୍ୱାରା ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି। କନ୍ଧମାଳରେ ଘଟିଯାଇଥିବା ବର୍ବରହତ୍ୟାକାଣ୍ଡକୁ ଆମେ ନିନ୍ଦା କରୁଛୁ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।