ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ; ଶିକ୍ଷକଙ୍କ ସମେତ ୫ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀର ମାଷ୍ଟ୍ରପଡ଼ାର ଏକ ଘରେ ଜୁଆ ଖେଳ ଚାଲିଥିବା ପୋଲିସ୍‌ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ଆଇଟିଆଇ ଶିକ୍ଷକ ଥିବା ବେଳେ ଅନ୍ୟମାନେ ହେଉଛନ୍ତି କୋଟଗଡ଼ ତହସିଲ ଅଫିସ୍‌ର ଆକାଉଣ୍ଟାଣ୍ଟ ପବିତ୍ର ମହାପାତ୍ର, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସୁଧୀର ବେହେରା ଏବଂ ଦୁଇ ଜଣ ବ୍ୟବସାୟୀ ସଞ୍ଜୀବ କୁମାର ମହାନ୍ତି ଓ ଦୁଃଖୀସଙ୍ଖାଳି ସାହାଣୀ। ଆଜି ୫ ଜଣଙ୍କୁ କୋର୍ଟ ଚାଲାଣ କରାଯିବ। ସେମାନଙ୍କ ନିକଟରୁ ୨୮ହଜାର ଟଙ୍କା ଜବତ କରାଯାଇଛି।

ଫୁଲବାଣୀର ମାଷ୍ଟ୍ରପଡ଼ାରେ ଏକ ଘରେ ଜୁଆଖେଳ ଚାଲିଥିବା ନେଇ କୌଣସି ସୂତ୍ରରୁ ପୋଲିସ୍‌ ସୂଚନା ପାଇ ଚଢ଼ାଉ କରିଥିଲା।