କନ୍ଧମାଳ: ପରକୀୟା ପ୍ରୀତିରୁ ସ୍ତ୍ରୀ ଉପରକୁ ଏସିଡ୍ ମାଡ଼ କଲା ସ୍ୱାମୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡ଼ା ଗାଁରେ ସ୍ତ୍ରୀ ଉପରକୁ ସ୍ୱାମୀ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ପଞ୍ଚମି ଦିଗାଲ୍‌ ଘରେ ଶୋଇଥିବା ସମୟରେ ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ଏସିଡ୍‌ ମାଡ଼ କରିଥିଲା। ସ୍ତ୍ରୀ ପଞ୍ଚମିଙ୍କ ଅଣ୍ଟା ତଳକୁ ଏସିଡ୍‌ ପଡ଼ିଥିବା ଜଣାପଡ଼ିଛି। ଚିକିତ୍ସା ପାଇଁ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀ ଉପରକୁ ସ୍ୱାମୀ ଏସିଡ୍‌ ମାଡ଼ କରିଥିବା ଜଣାପଡ଼ିଛି।

ଡିମିରିଗୁଡା ଗାଁରୁ ପୋଲିସ ପୀଡ଼ିତାଙ୍କ ସ୍ୱାମୀ ଥୋମାସ୍‌ ଦିଗାଲଙ୍କୁ ଗିରଫ କରିଛି।