କନ୍ଧମାଳ ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ

ଭୁବନେଶ୍ୱର: କନ୍ଧମାଳ ଗୁଳିକାଣ୍ଡ ମାମଲାର ତଦନ୍ତ ଏସ୍‌ଆଇଟି କରିବା ନେଇ ଗତକାଲି ରାତିରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ପୋଲିସ ଡିଜି କେ.ବି ସିଂହ ଏସ୍‌ଆଇଟି ଗଠନ କରିଛନ୍ତି। ୬ ଜଣଙ୍କୁ ନେଇ ଏହି ଏସ୍‌ଆଇଟି ଗଠନ କରାଯାଇଛି। ଏଥିରେ ପୋଲିସ୍‌ର ମାନବାଧିକାର ସୁରକ୍ଷା ସେଲ୍ (ଏଚ୍‌ଆର୍‌ପିସି) ଏସ୍‌ପି ଗୁରୁଦାସ କୁଣ୍ଡୁଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟ ସଦସ୍ୟମାନେ ହେଲେ ରାମଚନ୍ଦ୍ର ଗୌଡ଼, ଏ.ପଟ୍ଟନାୟକ, ନିରୁପମା ସେଠି, ସଦାନନ୍ଦ ଗୁହା ଓ […]

kb shing dgp

kb shing dgp

Rakesh Mallick
  • Published: Wednesday, 13 July 2016
  • Updated: 13 July 2016, 09:18 PM IST

Sports

Latest News

ଭୁବନେଶ୍ୱର: କନ୍ଧମାଳ ଗୁଳିକାଣ୍ଡ ମାମଲାର ତଦନ୍ତ ଏସ୍‌ଆଇଟି କରିବା ନେଇ ଗତକାଲି ରାତିରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ପୋଲିସ ଡିଜି କେ.ବି ସିଂହ ଏସ୍‌ଆଇଟି ଗଠନ କରିଛନ୍ତି। ୬ ଜଣଙ୍କୁ ନେଇ ଏହି ଏସ୍‌ଆଇଟି ଗଠନ କରାଯାଇଛି। ଏଥିରେ ପୋଲିସ୍‌ର ମାନବାଧିକାର ସୁରକ୍ଷା ସେଲ୍ (ଏଚ୍‌ଆର୍‌ପିସି) ଏସ୍‌ପି ଗୁରୁଦାସ କୁଣ୍ଡୁଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟ ସଦସ୍ୟମାନେ ହେଲେ ରାମଚନ୍ଦ୍ର ଗୌଡ଼, ଏ.ପଟ୍ଟନାୟକ, ନିରୁପମା ସେଠି, ସଦାନନ୍ଦ ଗୁହା ଓ ବିଜୟ ବଳ।

ପୋଲିସ୍‌ର ମାନବାଧିକାର ସୁରକ୍ଷା ସେଲ୍ (ଏଚ୍‌ଆର୍‌ପିସି) ଏଡିଜି ମହେନ୍ଦ୍ର ପ୍ରତାପଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଏହି ଘଟଣାର ତଦନ୍ତ କରିବ।

ଏସ୍‌ଆଇଟି ଟିମ୍ ଗଠନ ଲାଗି ପୋଲିସ୍ ଡିଜି ଓ ଆଇଜିଙ୍କୁ ଗତକାଲି ନିର୍ଦ୍ଦେଶ ଦିଆଯାଇଥିଲା। ଏସ୍‌ଆଇଟିରେ କେଉଁ ମାନେ ସଦସ୍ୟ ରହିବେ ସେ ନିଷ୍ପତ୍ତି ନେବାକୁ ଡିଜିପି ଓ ଆଇଜିଙ୍କୁ ସ୍ୱାଧୀନତା ଦିଆଯାଇଥିଲା।

ସୂଚନାଯୋଗ୍ୟ, ଗତ ୮ ତାରିଖରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମୁଡୁମାହା ଜଙ୍ଗଲ ଅଞ୍ଚଳରେ ପୋଲିସ୍‌ର ମାଓ ବିରୋଧୀ ଅପରେସନ୍ ବେଳେ ୫ ଜଣ ନିରୀହ ଆଦିବାସୀ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos