ଫୁଲବାଣୀ: କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଲଙ୍କାଗଡ଼ ଗାଁ ନିକଟରେ ଏକ ମାଓକ୍ୟାମ୍ପରେ ବୁଧବାର ରାତିରେ ଏସ୍ଓଜି ଯବାନମାନେ କରିଥିବା ଚଢ଼ାଉ ବେଳେ ଦୁଇଟି ଟିଫିନ୍ ବୋମା, ଦୁଇଟି ଦେଶୀ ବନ୍ଧୁକ, ଦୁଇଟି ଏକେ ୪୭ ରାଇଫଲ୍ ଖୋକା ଓ ୧୫ଟି ଡେଟୋନେଟୋର ଜବତ କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସ୍ପି ପିନାକ ମିଶ୍ର ଏହି ସୂଚନା ଦେଇଛନ୍ତି।
ମାଓ କ୍ୟାମ୍ପରୁ ୩୨ ହଜାର ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଜବତ କରାଯାଇଛି। ଏଥିରେ ୪୮ଟି ୫୦୦ ଟଙ୍କିଆ ଥିବା ବେଳେ ୮ଟି ୧୦୦୦ ଟଙ୍କିଆ ନୋଟ୍ ରହିଛି।
ଏହା ବ୍ୟତୀତ ମାଓବାଦୀଙ୍କ ପୋଷାକ, ରୋଷେଇ ସାମଗ୍ରୀ ଓ ଔଷଧ ଆଦି ଜବତ କରାଯାଇଛି।
ଚଢ଼ାଉ ବେଳେ ଏସ୍ଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା।
ଗୁଇନ୍ଦା ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଥିଲା। କ୍ୟାମ୍ପରେ ୨୦ରୁ ୨୫ ମାଓବାଦୀ ଥିଲେ ବୋଲି ପୋଲିସ୍ ପାଖରେ ସୂଚନା ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।