ଝୁଲନ୍ତା ଅବସ୍ଥାରେ ଯୁବକ-ଯୁବତୀଙ୍କ ଶବ ଉଦ୍ଧାର

ଫୁଲବାଣୀ(ଓଡ଼ିଶା ରିପୋର୍ଟର):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପିକରଡ଼ି ଗାଁ ନିକଟ ଜଙ୍ଗଲର ଏକ ଗଛରୁ ଜଣେ ଯୁବକ ଏବଂ ନାବାଳିକାର ଝୁଲନ୍ତା ମୃତ ଦେହକୁ ପୁଲିସ ଉଦ୍ଧାର କରିଛି । ଦୁଇଜଣଙ୍କ ଘର ବନ୍ଧଗଡ଼ ଗ୍ରାମରେ ଏବଂ ମୃତ ଯୁବକର ନାମ ଦେବଦତ୍ତ ବିଦ୍ଧାଣୀ ଏବଂ ନାବାଳିକାର ବୟସ ୧୫ ବର୍ଷ ବୋଲି ଜଣାପଡ଼ିଛି ।

ଫିରିଙ୍ଗିଆ ପୁଲିସ ଏ ବାବଦରେ ଏକ ମାମଲା ରୁଜୁ କରି ଦୁଇ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ମୃତ ଦୁଇ ଜଣଙ୍କ ପରିବାର ମଧ୍ୟରେ ପାରିବାରିକ ସମ୍ପର୍କ ରହିଥିଲା। ତେଣୁ ଦୁଇଜଣଙ୍କ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି କାରଣ ରହିଛି ସେ ନେଇ ଫିରିଙ୍ଗିଆ ପୁଲିସ ତଦନ୍ତ ଜାରି ରଖିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।