କନ୍ଧମାଳ ଦଙ୍ଗା: କଟକ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ହାଜର ହେଲେ ଗଣ ବଳାତ୍କାର ମାମଲାର ପୀଡ଼ିତା ନନ୍

କଟକ: ୨୦୦୮ କନ୍ଧମାଳ ଦଙ୍ଗା ନନ୍ ଗଣ ବଳାତ୍କାର ମାମଲାର ପୀଡ଼ିତା ନନ୍ ଆଜି କଟକ ଜିଲ୍ଲା ଓ ଦୌରାଜଜ୍ଙ୍କ କୋର୍ଟରେ ହାଜର ହୋଇଛନ୍ତି। ଫାଦର ଥୋମାସ୍ ଚାଲାନଙ୍କ ଉପରେ ଆକ୍ରମଣ ଓ ଚର୍ଚ୍ଚ ପୋଡ଼ି ମାମଲାର ପ୍ରମୁଖ ସାକ୍ଷୀ ଭାବେ ସେ ସାକ୍ଷ୍ୟ ଦେଇଛନ୍ତି। ଏହାସହ ମାମଲାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ନନ୍ ଅଦାଲତରେ ଚିହ୍ନଟ କରିଛନ୍ତି।
ଆହୁରି ପଢ଼ନ୍ତୁ
ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ନନ୍ଙ୍କୁ ବୁଧବାର ପୁଣି ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୨୦୦୮ ଜନ୍ମାଷ୍ଟମୀ ରାତିରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା। ଏହାପରେ କନ୍ଧମାଳରେ ଦଙ୍ଗାର ସୂତ୍ରପାତ ହୋଇଥିଲା।