କନ୍ଧମାଳ ଦଙ୍ଗା ରିପୋର୍ଟକୁ ସାର୍ବଜନୀନ କରାଯାଉ: ସୁରେଶ ପୂଜାରୀ

ଭୁବନେଶ୍ୱର: କନ୍ଧମାଳ ଦଙ୍ଗାର ରିପୋର୍ଟକୁ ସାର୍ବଜନୀନ କରାଯାଉ। ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ଆଲୋଚନା କରାଯାଉ। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରିଛନ୍ତି ବିଜେପିର ବରିଷ୍ଠ ନେତା ସୁରେଶ ମହାପାତ୍ର। ସେ କହିଛନ୍ତି, ସରକାର ଏହି ରିପୋର୍ଟକୁ ଅଗ୍ରାଧିକାର ଦେଇ ସାର୍ବଜନୀନ କରିବା ଉଚିତ। ନ ହେଲେ ଅନ୍ୟ କମିଶନଙ୍କ  ରିପୋର୍ଟ ପରି ନାଲି ଫିତା ତଳେ ରହିଯିବ।

ସୂଚନାଯୋଗ୍ୟ, ମଙ୍ଗଳବାର ସରକାରଙ୍କ ନିକଟରେ ଜଷ୍ଟିସ ଏ.ଏସ. ନାଇଡୁ କନ୍ଧମାଳ ଦଙ୍ଗାର ରିପୋର୍ଟ ଦାଖଲ କରିଥିଲେ। ଏହାର ଗୋଟିଏ ଦିନ ପରେ ବିଜେପି ପକ୍ଷରୁ ଏପରି ଦାବି କରାଯାଇଛି।