କନ୍ଧମାଳ ଗୁଳିକାଣ୍ଡ: କଂଗ୍ରେସର ଅଧିକାର ଯାତ୍ରାର ଆଜି ତୃତୀୟ ଦିନ

କନ୍ଧମାଳ: କନ୍ଧମାଳ ଗୁଳିକାଣ୍ଡ ପ୍ରତିବାଦରେ କଂଗ୍ରେସ କରୁଥିବା ଅଧିକାର ଯାତ୍ରାର ଆଜି ତୃତୀୟ ଦିନ। ଆଜି କନ୍ଧମାଳ ଜିଲ୍ଲାର ରାଇକିଆ, ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ରେ ଏହି ଯାତ୍ରା ଅନୁଷ୍ଠିତ ହେବ। ଗତକାଲି ଦଳୀୟ ନେତାମାନେ ତୁମୁଡ଼ିବନ୍ଧରୁ କୋଡ଼ଗଡ଼ ଯାଏଁ ଯାଇଥିଲେ। ବରିଷ୍ଠ ନେତା ଭକ୍ତ ଚରଣ ଦାସ, ପ୍ରଦୀପ ମାଝି, ବିଧାୟକ କୃଷ୍ଣ ସଗରିଆ ଓ ଜାକବ୍‌ ପ୍ରଧାନ ପ୍ରମୁଖ  ଏହି ପଦଯାତ୍ରାରେ ସାମିଲ୍‌ ହୋଇଥିଲେ। କୋଟଗଡ଼ ଜଗନ୍ନାଥ ମନ୍ଦିର ପଡ଼ିଆରେ ଏକ ସାଧାରଣ ସଭା […]

congress

congress

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 08:20 AM IST

Sports

Latest News

କନ୍ଧମାଳ: କନ୍ଧମାଳ ଗୁଳିକାଣ୍ଡ ପ୍ରତିବାଦରେ କଂଗ୍ରେସ କରୁଥିବା ଅଧିକାର ଯାତ୍ରାର ଆଜି ତୃତୀୟ ଦିନ। ଆଜି କନ୍ଧମାଳ ଜିଲ୍ଲାର ରାଇକିଆ, ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ରେ ଏହି ଯାତ୍ରା ଅନୁଷ୍ଠିତ ହେବ।

ଗତକାଲି ଦଳୀୟ ନେତାମାନେ ତୁମୁଡ଼ିବନ୍ଧରୁ କୋଡ଼ଗଡ଼ ଯାଏଁ ଯାଇଥିଲେ। ବରିଷ୍ଠ ନେତା ଭକ୍ତ ଚରଣ ଦାସ, ପ୍ରଦୀପ ମାଝି, ବିଧାୟକ କୃଷ୍ଣ ସଗରିଆ ଓ ଜାକବ୍‌ ପ୍ରଧାନ ପ୍ରମୁଖ  ଏହି ପଦଯାତ୍ରାରେ ସାମିଲ୍‌ ହୋଇଥିଲେ। କୋଟଗଡ଼ ଜଗନ୍ନାଥ ମନ୍ଦିର ପଡ଼ିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଘଟଣାକୁ  ମାସେ ପୂରିଥିବା ବେଳେ ରାଜ୍ୟ ସରକାର ମୃତାହତଙ୍କ ପରିବାରକୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଦଳ ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos