କେନ୍ଦ୍ରର ନୂଆ ଗାଇଡ ଲାଇନ: ସ୍ମାର୍ଟ ସିଟିରେ ରହିବ ଗୋଟିଏ ସ୍ମାର୍ଟ ଡିଷ୍ଟ୍ରିକ୍ଟ

ଭୁବନେଶ୍ୱର: କେନ୍ଦ୍ରର ନୂଆ ଗାଇଡ ଲାଇନ୍ ଅନୁଯାୟୀ ସ୍ମାର୍ଟ ସିଟିରେ ଗୋଟିଏ ସ୍ମାର୍ଟ ଡିଷ୍ଟ୍ରିକ୍ଟ ରହିବ। ପୂର୍ବରୁ ଜନମତ ଓ ଆବଶ୍ୟକୀୟ ଭିତ୍ତିଭୂମି ଆଧାରରେ ଦୁଇଟି ସ୍ମାର୍ଟ ଡିଷ୍ଟ୍ରିକ୍ଟ ରହିବାର ନିୟମ ଥିଲା। ଏଥିପାଇଁ ଭୁବନେଶ୍ୱର ହୋଇଥିବା ଭୋଟିଂରେ ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଚନ୍ଦ୍ରଶେଖରପୁରର ଇନଫୋସିଟି ଅଞ୍ଚଳ ରହିଛି। ତେବେ ଚତୁର୍ଥ ସ୍ଥାନରେ ଥିବା ଏକାମ୍ର ଅଞ୍ଚଳର ହେରିଟେଜ୍ ଡିଷ୍ଟ୍ରିକ୍ଟକୁ ସ୍ମାର୍ଟ ଡିଷ୍ଟ୍ରିକ୍ଟର ମାନ୍ୟତା ଦେବାକୁ ଦାବି ଜୋର ଧରିଥିଲା ଏବଂ ଏହାକୁ ନେଇ ବିବାଦ ମଧ୍ୟ ଦେଖାଦେଇଥିଲା। ତେବେ କେନ୍ଦ୍ରର ନୂଆ ନିଷ୍ପତ୍ତି ପରେ ଏବେ କେବଳ ଟାଉନ୍ ସେଣ୍ଟର ଅଞ୍ଚଳକୁ ସ୍ମାର୍ଟ ଡିଷ୍ଟ୍ରିକ୍ଟ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।