କେନ୍ଦୁଝରଗଡ଼ କାଉନସିଲରଙ୍କ ଦଳବଦଳ ପ୍ରସଙ୍ଗ: ଆଜି ରାଜ୍ୟ ନିର୍ବାଚନ କମିଶନଙ୍କଠାରେ ଶେଷ ଶୁଣାଣି

ଭୁବନେଶ୍ୱର: କେନ୍ଦୁଝରଗଡ଼ ମ୍ୟୁନିସିପାଲିଟି କାଉସିଲରଙ୍କ ଦଳବଦଳ ସଂକ୍ରାନ୍ତରେ ରାଜ୍ୟ ନର୍ବାଚନ କମିଶନଙ୍କ ନିକଟରେ ଦାଏର ମାମଲାର ଆଜି ଶେଷ ଶୁଣାଣି ହେବ। ଉଭୟପକ୍ଷ ମଙ୍ଗଳବାର କମିଶନଙ୍କ ନିକଟରେ ଉପସ୍ଥିତ ଥିଲେ। ମାତ୍ର  ବିଜେଡି ପକ୍ଷରୁ ଲିଖିତ ଜବାବ  ଦିଆଯାଇ ପାରୁ ନ ଥିବାରୁ ଆଜି ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ଆଜି ଉଭୟ ପକ୍ଷ ପୁନଶ୍ଚ ହାଜର ହେବେ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି।

ଦଳବଦଳ ସଂକ୍ରାନ୍ତୀୟ ଅଭିଯୋଗର ଶୁଣାଣି ପାଇଁ ପ୍ରଥମେ ଗତ ଜାନୁଆରୀ ୨୭ ତାରିଖରେ କମିଶନଙ୍କ ନିକଟରେ ଶୁଣାଣି ହୋଇଥିଲା।