କେନ୍ଦୁଝର: ବ୍ରାଣ୍ଡ ଆଲଏଜ୍ ପିଲେଟ୍ କାରଖାନାରେ ବିସ୍ଫୋରଣ, ତିନି ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୁରୁସୁଆଁ ସ୍ଥିତ ବ୍ରାଣ୍ଡ୍ ଆଲଏଜ୍ ପିଲେଟ୍ କାରଖାନାରେ ଆଜି  କ୍ଲିନ୍‌ରେ ପାଣି ପକାଇ ସଫା କରାଯାଉଥିବା ସମୟରେ  ବିସ୍ଫୋରଣ ଘଟି ୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନେ ହେଲେ ଦୁଃଶାସନ ମହାନ୍ତ, ନିରଞ୍ଜନ ନାଏକ ଓ ଦୀପା ନାଏକ। ଗୁରୁତର ଭାବେ ଆହତ ଶ୍ରମିକମାନଙ୍କୁ ପ୍ରଥମେ ପଦ୍ମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଅଧିକ ଖରାପ ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ […]

kandujera

kandujera

Rakesh Mallick
  • Published: Friday, 01 April 2016
  • Updated: 01 April 2016, 01:08 PM IST

Sports

Latest News

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୁରୁସୁଆଁ ସ୍ଥିତ ବ୍ରାଣ୍ଡ୍ ଆଲଏଜ୍ ପିଲେଟ୍ କାରଖାନାରେ ଆଜି  କ୍ଲିନ୍‌ରେ ପାଣି ପକାଇ ସଫା କରାଯାଉଥିବା ସମୟରେ  ବିସ୍ଫୋରଣ ଘଟି ୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନେ ହେଲେ ଦୁଃଶାସନ ମହାନ୍ତ, ନିରଞ୍ଜନ ନାଏକ ଓ ଦୀପା ନାଏକ। ଗୁରୁତର ଭାବେ ଆହତ ଶ୍ରମିକମାନଙ୍କୁ ପ୍ରଥମେ ପଦ୍ମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଅଧିକ ଖରାପ ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବ୍ରାଣ୍ଡ୍ ଆଲଏଜ୍ ପିଲେଟ୍ କାରଖାନାରେ କ୍ଲିନ୍‌ରେ ପାଣି ପକାଇ ସଫା କରାଯାଉଥିବା ସମୟରେ ହଠାତ୍ ସେଥିରେ ବିସ୍ପୋରଣ ହୋଇଥିଲା ଓ କ୍ଲିନ୍‌ରୁ ଗରମ ଲୁହାଗୁଣ୍ଡ ନିର୍ଗତ ହୋଇଥିଲା। ଫଳରେ ୩ ଜଣ ଶ୍ରମିକ ଆହତ ହୋଇଥିଲେ।

ଆହତ ଶ୍ରମିକ ଦୁଃଶାସନ ମହାନ୍ତ କହିଛନ୍ତି, “କାରଖାନାରେ କ୍ଲିନରେ ପାଣି ପକାଇ ସଫା କରୁଥିବା ସମୟରେ ଗରମ ଲୁହାଗୁଣ୍ଡ ନିର୍ଗତ  ହୋଇଥିଲା।  ସେଥିରେ ଆମେ ଆହତ ହୋଇଥିଲୁ।”

ଶ୍ରମିକ ନେତା ପ୍ରେମାନନ୍ଦ ସିଂ କହିଛନ୍ତି,“ବିପଦପୂର୍ଣ୍ଣ ସ୍ଥାନରେ କାମ କରୁଥିବା ଶ୍ରମିକମାନଙ୍କୁ ସୁରକ୍ଷା ସାମଗ୍ରୀ ଦେବା ପାଇଁ କାରାଖାନାର ଜିଏମ୍‌ଙ୍କୁ ବାରମ୍ବାର କୁହାଯାଇଛି। କିନ୍ତୁ ସେ  ଆମ କଥା ଶୁଣୁ ନାହାନ୍ତି। ‌ଆଜି ୩ ଜଣ ଶ୍ରମିକଙ୍କ ଆହତ ହୋଇଛନ୍ତି। ସେଥିପାଇଁ ତାଙ୍କୁ ତୁରନ୍ତ ଗିରଫ କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos