କଟକ: ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ଅଗ୍ନିକାଣ୍ଡ, ସ୍ଥାନାନ୍ତରଣ ବେଳେ ଚିକିତ୍ସାଧୀନ ୧୨ ବର୍ଷ ବାଳକର ମୃତ୍ୟୁ

କଟକ: କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ଆଜି ଘଟିଛି ଅଗ୍ନିକାଣ୍ଡ। ଅପରାହ୍ନ ପ୍ରାୟ ୫ଟା ବେଳେ ହସପିଟାଲର ନୂଆ କୋଠାର ତୃତୀୟ ମହଲାରେ ଥିବା ମହିଳା ୱାର୍ଡରେ ନିଆଁ ଲାଗି ଯାଇଥିଲା। ଏଥିରେ କେହି ହତାହତ ହୋଇ ନାହାନ୍ତି। ତେବେ ବହୁତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଆଁକୁ ଲିଭାଇଛନ୍ତି। ତେବେ ନିଆଁ ଲାଗିବାର କାରଣ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ। ତେବେ କୁହାଯାଉଛି ତୃତୀୟ ମହଲାରେ ମହିଳା ୱାର୍ଡରେ ଲାଗିଥିବା […]

katak

katak

Rakesh Mallick
  • Published: Friday, 16 October 2015
  • Updated: 17 October 2015, 03:40 AM IST

Sports

Latest News

କଟକ: କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ଆଜି ଘଟିଛି ଅଗ୍ନିକାଣ୍ଡ। ଅପରାହ୍ନ ପ୍ରାୟ ୫ଟା ବେଳେ ହସପିଟାଲର ନୂଆ କୋଠାର ତୃତୀୟ ମହଲାରେ ଥିବା ମହିଳା ୱାର୍ଡରେ ନିଆଁ ଲାଗି ଯାଇଥିଲା। ଏଥିରେ କେହି ହତାହତ ହୋଇ ନାହାନ୍ତି। ତେବେ ବହୁତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଆଁକୁ ଲିଭାଇଛନ୍ତି। ତେବେ ନିଆଁ ଲାଗିବାର କାରଣ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ। ତେବେ କୁହାଯାଉଛି ତୃତୀୟ ମହଲାରେ ମହିଳା ୱାର୍ଡରେ ଲାଗିଥିବା ଏକ ଏସିରୁ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିଲା।

ମେଡିକାଲର କେତେ ଜଣ ଆଟେଡାଣ୍ଟଙ୍କ କହିବା ଅନୁଯାୟୀ ମହିଳା ୱାର୍ଡରୁ ପ୍ରଥମେ ନିଆଁ ବାହାରିଥିଲା। ଏହା ଦେଖିବା ପରେ ସମସ୍ତେ ସତର୍କ ହୋଇଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା। ତୃତୀୟ ମହଲାରୁ ରୋଗୀମାନଙ୍କୁ ସଙ୍ଗେ ସଙ୍ଗେ ଖାଲି କରାଯାଇଥିଲା। ଅଗ୍ନିକାଣ୍ଡରେ କୌଣସି ରୋଗୀ ଅବା ମେଡିକାଲ କର୍ମଚାରୀ ହତାହତ ହୋଇନାହାନ୍ତି। ଅଗ୍ନିକାଣ୍ଡ ପରେ ଡାକ୍ତରଖାନାର ଏହି କୋଠାରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସମୟରେ ଜଣେ ୧୨ ବର୍ଷର ବାଳକର ମୃତ୍ୟୁ ଘଟିଥିବା କୁହାଯାଇଛି। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇପାରି ନାହିଁ।

ଅଗ୍ନିକାଣ୍ଡ ଖବର ପାଇବା ପରେ ଡାକ୍ତରଖାନାରେ ସ୍ଥାନୀୟ ବିଧାୟକ ପ୍ରଭାତ ବିଶ୍ୱାଳ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ଡାକ୍ତରଖାନାର ବରିଷ୍ଠ ଅଧିକାରୀ ପ୍ରମୁଖ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ।  କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସେ ନେଇ ଅନୁଧ୍ୟାନ କରିଥିଲେ। ଘଟଣାର ତଦନ୍ତ ହେବ ବୋଲି ଜିଲ୍ଳାପାଳ ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ଏକ ଟେକନିକାଲ୍ କମିଟି ଗଠନ କରାଯିବ ବୋଲି ଜିଲ୍ଳାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos