କୀର୍ତ୍ତିରଞ୍ଜନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି: ପୋଲିସ୍ କମିଶନର

କଟକ: କଟକ ଜିଲ୍ଲା ଜଗତପୁର ଥାନାର ହୋମ୍‌ଗାର୍ଡ କୀର୍ତ୍ତିରଞ୍ଜନ ମସାନ୍ତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି କହିଛନ୍ତି ପୋଲିସ୍ କମିଶନର ୱାଇ.ବି ଖୁରାନିଆ।

ସେ କହିଛନ୍ତି,“ଏହି ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି। ଶବବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।”

ଆଜି ପୋଲିସ୍ କମିଶନର ଓ କଟକ ଡିସିପି ସଞ୍ଜୀବ ଅରୋରା ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ପରେ ସେମାନେ କୀର୍ତ୍ତିରଞ୍ଜନଙ୍କ ପରିବାର ଲୋକଙ୍କୁ ଭେଟିଥିଲେ।

ଗତକାଲି ଜଗତପୁର ଥାନା ପଶ୍ଚିମକଛ ଗାଁ ମହାନଦୀ ପଠାରୁ କୀର୍ତ୍ତିରଞ୍ଜନଙ୍କ କ୍ଷତବିକ୍ଷତ ମୃତଦେହକୁ ଠାବ କରାଯାଇଥିଲା। ତାଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରାଯାଇ ନଦୀ ପଠାରେ ଫିଙ୍ଗି ଦିଆଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।