କଟକ ଶିଶୁ ଭବନରୁ ଶିଶୁ ଚୋରି ଘଟଣା: ତଦନ୍ତ କରିବ ତିନି ଜଣିଆ କମିଟି

କଟକ: କଟକ ଶିଶୁଭବନରୁ ଗତକାଲି ସକାଳେ ଏକ ଶିଶୁକନ୍ୟା ଚୋରି ହୋଇଯାଇଥିବା ନେଇ ଲାଲବାଗ ଥାନାରେ ଅଭିଯୋଗ ହୋଇଥିବା ବେଳେ ଏହାର ତଦନ୍ତ କରିବାକୁ ଶିଶୁଭବନ କର୍ତ୍ତୃପକ୍ଷ ଏକ ତିନି ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିରେ ଜଣେ ପ୍ରଶାସନିକ ଅଧିକାରୀ ଓ ଦୁଇ ଜଣ ଡାକ୍ତର ରହିଛନ୍ତି। ଆଜି ଶିଶୁ ଭବନ ଅଧୀକ୍ଷକ ସରୋଜ ଶତପଥୀ ଏହି ସୂଚନା ଦେଇଛନ୍ତି। ଏହା ସହିତ ଆଗାମୀ ଦିନରେ ଶିଶୁ ଭବନରେ ସିସିଟିଭି ଲଗାଯିବ ବୋଲି ସେ […]

shishu-chori

shishu-chori

Rakesh Mallick
  • Published: Friday, 18 March 2016
  • Updated: 18 March 2016, 06:01 AM IST

Sports

Latest News

କଟକ: କଟକ ଶିଶୁଭବନରୁ ଗତକାଲି ସକାଳେ ଏକ ଶିଶୁକନ୍ୟା ଚୋରି ହୋଇଯାଇଥିବା ନେଇ ଲାଲବାଗ ଥାନାରେ ଅଭିଯୋଗ ହୋଇଥିବା ବେଳେ ଏହାର ତଦନ୍ତ କରିବାକୁ ଶିଶୁଭବନ କର୍ତ୍ତୃପକ୍ଷ ଏକ ତିନି ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିରେ ଜଣେ ପ୍ରଶାସନିକ ଅଧିକାରୀ ଓ ଦୁଇ ଜଣ ଡାକ୍ତର ରହିଛନ୍ତି। ଆଜି ଶିଶୁ ଭବନ ଅଧୀକ୍ଷକ ସରୋଜ ଶତପଥୀ ଏହି ସୂଚନା ଦେଇଛନ୍ତି। ଏହା ସହିତ ଆଗାମୀ ଦିନରେ ଶିଶୁ ଭବନରେ ସିସିଟିଭି ଲଗାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଚୋରି ହୋଇଥିବା ଶିଶୁଟିର ଘର ଖୋର୍ଦ୍ଧା ଜିଲ୍ଲା ସୁନାଖଳାରେ। ତା’ର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ  ଗତକାଲି ଭୋରରେ ତା’ ବାପା ଜିତେନ୍ଦ୍ର ଚଣ୍ଡ ତାକୁ ଶିଶୁ ଭବନକୁ ଆଣିଥିଲେ। ତେବେ ଶିଶୁ ଭବନରେ ଆଇସିୟୁ ଖାଲି ନ ଥିବାରୁ ତାକୁ ପ୍ରାଥମିକ ଚିକିତ୍ସା ପରେ ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଥିଲା। ସକାଳ ପ୍ରାୟ ୯ଟା ବେଳେ ଶିଶୁଟି ଶୋଇଥିବା ବେଳେ ତା’ର ମାଆ ବାଥ୍‌ରୁମ୍‌କୁ ଯାଇଥିଲେ। ଏହି ସମୟରେ ଶିଶୁଟି ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଶିଶୁଟିର ବାପା ଜିତେନ୍ଦ୍ର ଚଣ୍ଡ କହିଛନ୍ତି,“ମୋ ଝିଅର ଦେହ ଖରାପ ହେବାରୁ ଆମେ ପ୍ରଥମେ ଟାଙ୍ଗୀ ଡାକ୍ତରଖାନାକୁ ନେଇଥିଲୁ। ଟାଙ୍ଗୀ ଡାକ୍ତର ଆମକୁ ଭୁବନେଶ୍ୱର ଯିବାକୁ କହିଥିଲେ। ଭୁବନେଶ୍ୱରର ଡାକ୍ତର ଆଇସିୟୁ ଦରକାର ବୋଲି କହି ଆମକୁ କଟକ ଶିଶୁ ଭବନ ଯିବାକୁ କହିଥିଲେ। ଆମେ ରାତି ପ୍ରାୟ ୩ଟା ବେଳେ କଟକ ଶିଶୁ ଭବନରେ ପହଞ୍ଚିଥିଲୁ। କିନ୍ତୁ ଏଠି ଆଇସିୟୁ ଖାଲି ନ ଥିଲା। ସକାଳ ୧୦ଟା ବେଳକୁ ଆଇସିୟୁ ମିଳିଯିବ ବୋଲି ଆମକୁ କୁହାଯାଇଥିଲା। ତେବେ ଝିଅର ଚିକିତ୍ସା କରାଯାଇଥିଲା। ଝିଅକୁ ସାଲାଇନ୍ ଓ ଅକ୍ସିଜେନ୍ ଦିଆଯାଇଥିଲା। ଝିଅ କାନ୍ଦିବାରୁ ଡାକ୍ତରଙ୍କ ଅନୁମତି ପରେ ତା’ମାଆ ତା’କୁ କ୍ଷୀର ପିଆଇଥିଲା ଓ ତା’ପାଖରେ ଶୋଇଯାଇଥିଲା। ସେମାନଙ୍କ ପାଖରେ ମୋ ମା’ ବି ଶୋଇଥିଲା। ସକାଳ ପ୍ରାୟ ୯ଟା ବେଳକୁ ମୋ ସ୍ତ୍ରୀ ବାଥ୍‌ରୁମ୍ ଯାଇଥିଲା। ସେଠାରେ ତା’ ଗୋଡ଼ ଖସି ଯିବାରୁ ସେ ବାହାରକୁ ଆସିପାରି ନ ଥିଲା। ଆମେ ବି ତାକୁ ଖୋଜାଖୋଜି କରି ଥିଲୁ। ଆମେ ଭାବିଥିଲୁ ଛୁଆ ତା’ପାଖରେ ଥିବ। କିନ୍ତୁ ତାକୁ ବାଥ୍‌ରୁମରୁ ପାଇବା ପରେ ଛୁଆ ଚୋରି ହୋଇଯାଇଥିବା ଜାଣିବାକୁ ପାଇଲୁ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ଆମେ ଥାନାରେ ଏତଲା ଦେଇଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story