କଟକ ଶିଶୁଭବନରୁ ଶିଶୁ ଚୋରି ଅଭିଯୋଗ

କଟକ: କଟକ ଶିଶୁ ଭବନରେ ଏକ ଦେଢ଼ ମାସର ଶିଶୁ କନ୍ୟା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶିଶୁଟିର ଘର ଖୋର୍ଦ୍ଧା ଜିଲ୍ଲା ସୁନାଖଳାରେ। ଏନେଇ ତା’ ପରିବାର ଲୋକେ ଲାଲବାଗ ଥାନାରେ ଏତଲା ଦେଇଛନ୍ତି। ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ଆଜି ଭୋର ସମୟରେ ଶିଶୁ ଭବନ ଅଣାଯାଇଥିଲା। ତେବେ ଶିଶୁ ଭବନ ଆଇସିୟୁ ଖାଲି ନ ଥିବାରୁ ଶିଶୁଟିର ପ୍ରାଥମିକ ଚିକିତ୍ସା ପରେ ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଥିଲା। […]

shishu-chori

shishu-chori

Rakesh Mallick
  • Published: Thursday, 17 March 2016
  • Updated: 17 March 2016, 05:16 PM IST

Sports

Latest News

shishu-choriକଟକ: କଟକ ଶିଶୁ ଭବନରେ ଏକ ଦେଢ଼ ମାସର ଶିଶୁ କନ୍ୟା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶିଶୁଟିର ଘର ଖୋର୍ଦ୍ଧା ଜିଲ୍ଲା ସୁନାଖଳାରେ। ଏନେଇ ତା’ ପରିବାର ଲୋକେ ଲାଲବାଗ ଥାନାରେ ଏତଲା ଦେଇଛନ୍ତି। ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ଆଜି ଭୋର ସମୟରେ ଶିଶୁ ଭବନ ଅଣାଯାଇଥିଲା। ତେବେ ଶିଶୁ ଭବନ ଆଇସିୟୁ ଖାଲି ନ ଥିବାରୁ ଶିଶୁଟିର ପ୍ରାଥମିକ ଚିକିତ୍ସା ପରେ ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଥିଲା। ସକାଳ ପ୍ରାୟ ୯ଟା ବେଳେ ଶିଶୁଟି ଶୋଇଥିବା ଅବସ୍ଥାରେ ତା’ର ମାଆ ବାଥ୍‌ରୁମ୍‌କୁ ଯାଇଥିବା ବେଳେ ଶିଶୁଟି ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଶିଶୁଟିର ବାପା ଜିତେନ୍ଦ୍ର ଚଣ୍ଡ କହିଛନ୍ତି,“ମୋ ଝିଅର ଦେହ ଖରାପ ହେବାରୁ ଆମେ ପ୍ରଥମେ ଟାଙ୍ଗୀ ଡାକ୍ତରଖାନାକୁ ନେଇଥିଲୁ। ଟାଙ୍ଗୀ ଡାକ୍ତର ଆମକୁ ଭୁବନେଶ୍ୱର ଯିବାକୁ କହିଥିଲେ। ଭୁବନେଶ୍ୱରର ଡାକ୍ତର ଆଇସିୟୁ ଦରକାର ବୋଲି କହି ଆମକୁ କଟକ ଶିଶୁ ଭବନ ଯିବାକୁ କହିଥିଲେ। ଆମେ ରାତି ପ୍ରାୟ ୩ଟା ବେଳେ କଟକ ଶିଶୁ ଭବନରେ ପହଞ୍ଚିଥିଲୁ। କିନ୍ତୁ ଏଠି ଆଇସିୟୁ ଖାଲି ନ ଥିଲା। ସକାଳ ୧୦ଟା ବେଳକୁ ଆଇସିୟୁ ମିଳିଯିବ ବୋଲି ଆମକୁ କୁହାଯାଇଥିଲା। ତେବେ ଝିଅର ଚିକିତ୍ସା କରାଯାଇଥିଲା। ଝିଅକୁ ସାଲାଇନ୍ ଓ ଅକ୍ସିଜେନ୍ ଦିଆଯାଇଥିଲା। ଝିଅ କାନ୍ଦିବାରୁ ଡାକ୍ତରଙ୍କ ଅନୁମତି ପରେ ତା’ମାଆ ତା’କୁ କ୍ଷୀର ପିଆଇଥିଲା ଓ ତା’ପାଖରେ ଶୋଇଯାଇଥିଲା। ସେମାନଙ୍କ ପାଖରେ ମୋ ମା’ ବି ଶୋଇଥିଲା। ସକାଳ ପ୍ରାୟ ୯ଟା ବେଳକୁ ମୋ ସ୍ତ୍ରୀ ବାଥ୍‌ରୁମ୍ ଯାଇଥିଲା। ସେଠାରେ ତା’ ଗୋଡ଼ ଖସି ଯିବାରୁ ସେ ବାହାରକୁ ଆସିପାରି ନ ଥିଲା। ଆମେ ବି ତାକୁ ଖୋଜାଖୋଜି କରି ଥିଲୁ। ଆମେ ଭାବିଥିଲୁ ଛୁଆ ତା’ପାଖରେ ଥିବ। କିନ୍ତୁ ତାକୁ ବାଥ୍‌ରୁମରୁ ପାଇବା ପରେ ଛୁଆ ଚୋରି ହୋଇଯାଇଥିବା ଜାଣିବାକୁ ପାଇଲୁ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ଆମେ ଥାନାରେ ଏତଲା ଦେଇଛୁ।”

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଶିଶୁ ଭବନରେ ଜଣେ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos