କାର୍ତ୍ତିକ ମାସର ଆଜି ପ୍ରଥମ ସୋମବାର

ପୁରୀ: କାର୍ତ୍ତିକ ମାସର ଆଜି ପ୍ରଥମ ସୋମବାର। ବ୍ରତଧାରୀମାନଙ୍କ ପାଇଁ ଏହା ଅତ୍ୟନ୍ତ ପବିତ୍ର ଦିନ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼। କାର୍ତ୍ତିକ ସମୟରେ ଶ୍ରୀକ୍ଷେତ୍ରରେ ରହି ହବିଷ୍ୟାନ୍ନ ଭକ୍ଷଣ କରି ଜଗନ୍ନାଥ ଦର୍ଶନ କଲେ କୋଟିପୂଣ୍ୟ ଓ ସ୍ୱାର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ପ୍ରାତ ସ୍ନାନ କରି ଚଉରା ମୂଳରେ ମୁରୁଜ ପକାଇ ଶ୍ରୀଜିଉଙ୍କ ରାଧାଦାମୋଦର ବେଶ ଦର୍ଶନ କରିଛନ୍ତି ହବିଷ୍ୟାଳି। ହିବଷ୍ୟାଳିମାନେ ବୃନ୍ଦାବତୀ ପୂଜା କରିବା ସହ ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ ଦର୍ଶନ […]

puri

puri

Rakesh Mallick
  • Published: Monday, 02 November 2015
  • Updated: 02 November 2015, 02:47 AM IST

Sports

Latest News

ପୁରୀ: କାର୍ତ୍ତିକ ମାସର ଆଜି ପ୍ରଥମ ସୋମବାର। ବ୍ରତଧାରୀମାନଙ୍କ ପାଇଁ ଏହା ଅତ୍ୟନ୍ତ ପବିତ୍ର ଦିନ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼। କାର୍ତ୍ତିକ ସମୟରେ ଶ୍ରୀକ୍ଷେତ୍ରରେ ରହି ହବିଷ୍ୟାନ୍ନ ଭକ୍ଷଣ କରି ଜଗନ୍ନାଥ ଦର୍ଶନ କଲେ କୋଟିପୂଣ୍ୟ ଓ ସ୍ୱାର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ପ୍ରାତ ସ୍ନାନ କରି ଚଉରା ମୂଳରେ ମୁରୁଜ ପକାଇ ଶ୍ରୀଜିଉଙ୍କ ରାଧାଦାମୋଦର ବେଶ ଦର୍ଶନ କରିଛନ୍ତି ହବିଷ୍ୟାଳି।

ହିବଷ୍ୟାଳିମାନେ ବୃନ୍ଦାବତୀ ପୂଜା କରିବା ସହ ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ ଦର୍ଶନ କରି ବେଢ଼ା ପରିକ୍ରମା କରିବାର ପରମ୍ପରା ରହିଛି। ସକାଳୁ ଶ୍ରୀଜିଉମାନଙ୍କ ବିଭିନ୍ନ ନୀତିକାନ୍ତି ପରେ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। କାର୍ତ୍ତିକ ମାସରେ ନୀତି ଶୃଙ୍ଖଳିତ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ସେପଟେ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos