କେନ୍ଦ୍ର ସରକାରଙ୍କୁ ମାଓ ମୁକାବିଲା ଚିନ୍ତା, ଆସନ୍ତା ୩ରେ ବସିବ ଓଡ଼ିଶା ସମେତ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ଉଦ୍ୟମ ସତ୍ତ୍ୱେ କମୁନି ମାଓ ହିଂସାକାଣ୍ଡ। ଏହାର ମୁକାବିଲା ଲାଗି ନୂଆ ଷ୍ଟ୍ରାଟେଜି ପ୍ରସ୍ତୁତ କରିବେ କେନ୍ଦ୍ର ସରକାର। ଏଥିପାଇଁ ସର୍ବାଧିକ ମାଓ ପ୍ରଭାବିତ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକିଛି କେନ୍ଦ୍ର ଗୃହ ବିଭାଗ। ଆସନ୍ତା ୩ ତାରିଖରେ ଦିଲ୍ଲୀରେ ବସିବାକୁ ଥିବା ଏହି ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିବେ। ମାଓ ପ୍ରଭାବିତ ଅଞ୍ଚଳରେ ମୁତୟନ ସିଆରପିଏଫ୍, ବିଏସ୍ଏଫ୍ ଭଳି ୧୦ ହଜାର ଅର୍ଦ୍ଧସାମରିକ […]

Maoist

Maoist

Rakesh Mallick
  • Published: Thursday, 22 October 2015
  • Updated: 22 October 2015, 02:45 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ଉଦ୍ୟମ ସତ୍ତ୍ୱେ କମୁନି ମାଓ ହିଂସାକାଣ୍ଡ। ଏହାର ମୁକାବିଲା ଲାଗି ନୂଆ ଷ୍ଟ୍ରାଟେଜି ପ୍ରସ୍ତୁତ କରିବେ କେନ୍ଦ୍ର ସରକାର। ଏଥିପାଇଁ ସର୍ବାଧିକ ମାଓ ପ୍ରଭାବିତ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକିଛି କେନ୍ଦ୍ର ଗୃହ ବିଭାଗ। ଆସନ୍ତା ୩ ତାରିଖରେ ଦିଲ୍ଲୀରେ ବସିବାକୁ ଥିବା ଏହି ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିବେ। ମାଓ ପ୍ରଭାବିତ ଅଞ୍ଚଳରେ ମୁତୟନ ସିଆରପିଏଫ୍, ବିଏସ୍ଏଫ୍ ଭଳି ୧୦ ହଜାର ଅର୍ଦ୍ଧସାମରିକ ଯବାନଙ୍କୁ କିଭଳି ଦକ୍ଷତାର ସହ ବ୍ୟବହାର କରାଯିବ ଓ ମାଓବାଦୀଙ୍କୁ ମିଳୁଥିବା ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହାୟତା ଉପରେ କିଭଳି ଅଙ୍କୁଶ ଲଗାଯାଇ ପାରିବ ସେ ନେଇ ବୈଠକରେ କାର୍ଯ୍ୟପନ୍ଥା ସ୍ଥିର ହେବ।

ତା’ଛଡ଼ା ମାଓ ଉପଦ୍ରୁତ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ନେଇ ବିଚାର ବିମର୍ଷ ହେବ। ମାଓହିଂସାରେ ମୃତକଙ୍କ ପରିବାରର ଥଇଥାନ, ଉପଦ୍ରୁତ ଅଞ୍ଚଳରେ ୨ ହଜାର ୧୯୯ଟି  ମୋବାଇଲ୍ ଟାୱାର ପ୍ରତିଷ୍ଠା, ବ୍ୟାଙ୍କ ଓ ପୋଷ୍ଟ ଅଫିସ୍ କାର୍ଯ୍ୟକ୍ଷମ କରିବା ପ୍ରସଙ୍ଗ ମଧ୍ୟ ବୈଠକ ଏଜେଣ୍ଡାରେ ରହିଛି। ଉପଦ୍ରୁତ ଜିଲ୍ଲାଗୁଡ଼ିକ ମଧ୍ୟରେ ଗୁଇନ୍ଦା ସୂଚନା ଆଦାନପ୍ରଦାନ ଓ ସମନ୍ୱୟ ରକ୍ଷା ଉପରେ  ମଧ୍ୟ ଆଲୋଚନା ହୋଇପାରେ।

ମାଲକାନଗିରି ଜିଲ୍ଲାରେ ନିର୍ମାଣାଧୀନ ଗୁରୁପ୍ରିୟା ସେତୁର ଅଗ୍ରଗତି, ମାଓ ହିଂସାରେ ପ୍ରଭାବିତ ଲୋକଙ୍କ କ୍ଷତିପୂରଣ ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ଉପସ୍ଥାପନ କରିପାରନ୍ତି।

ସୂଚନାଯୋଗ୍ୟ, ୧୯୮୦ରୁ ୨୦୧୫ ମେ' ୩୧ ତାରିଖ ପର୍ଯ୍ୟନ୍ତ ୩୫ ବର୍ଷ ମଧ୍ୟରେ ଦେଶରେ ହୋଇଥିବା ମାଓବାଦୀ ହିଂସାରେ ୧୨ ହଜାର ୧୭୭ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୩ ହଜାର ୧୨୫ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି। ଏହି ସମୟ ମଧ୍ୟରେ ୪ହଜାର ୭୬୮ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି।

ଚଳିତ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ୪ଶହ ମାଓ ହିଂସାରେ ୪୦ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ଏଭଳି ସ୍ଥିତିରେ ଆକାଶମାର୍ଗରୁ ମାଓବାଦୀ ଦମନ ଅଭିଯାନ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ଆଶା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story